Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିହିମାଦ୍ରିନଗର ବାସିନ୍ଦାଙ୍କ ସାମ୍ବାଦିକ ସମ୍ମିଳନୀ ।

ହିମାଦ୍ରିନଗର ବାସିନ୍ଦାଙ୍କ ସାମ୍ବାଦିକ ସମ୍ମିଳନୀ ।

ବରପାଲି-ବରପାଲି ୧୪୭ ତମ ଶିତଳଷଷ୍ଠୀ ମହୋତ୍ସବ କନ୍ଯାପକ୍ଷ ଶିବାଜିକ୍ଲବ ପୂଜାକମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ କମିଟି ସଭାପତି ବିଜୁ ମେହେରଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ସଂପାଦକ ଧରମରାଜ ସିଂ ବରିହା ସ୍ବାଗତ ଜଣାଇବା ସହ ଉଦେଶ୍ଯ ପ୍ରତିପାଦନ କରିଥିଲେ। ସମ୍ମାନିତ ଅତିଥି ଭାବରେ କନ୍ଯାପିତା ପରମେଶ୍ବର ମେହେର, ଉପସଭାପତି ପଞ୍ଚାନନ ମେହେର,କୋଷାଧ୍ଯକ୍ଷ ଦିନ ମେହେର,ସହ ସମ୍ପାଦକ ରାଜୁ ମେହେର ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଶନିବାର ରାତ୍ର ୮ ଘଣ୍ଟା ସମୟରେ ବରପକ୍ଷ କନ୍ଯା ଅନ୍ବେଷଣରେ ଆସି ହିମାଦ୍ରିନଗର ମଣ୍ତପରେ ପହଞ୍ଚିବେ ପତରପେଣ୍ଡି କନ୍ୟା ମନୋନୟନ କାର୍ଯ୍ୟକ୍ରମ ପାଳିତ ହେବ।

ହିମାଦ୍ରୀ ନଗର ପରିସରରେ ପାଳିତ ହେଉଥିବା ବେଳେ ରାତ୍ର ୧୦ ଘଣ୍ଟା ସମୟରେ ବାଦି ସଂକୀର୍ତ୍ତନ । ସ୍ଥାନ ହିମାଦ୍ରୀ ନଗର, ଶିବାଜୀ କ୍ଲବ୍ ୯ତାରିଖ ରବିବାର ସାଂସ୍କୃତିକ କାର୍ଯ୍ୟକ୍ରମ – କୃଷ୍ଣଗୁରୁ ହିମାଦ୍ରୀ ନଗରରେ ରାତ୍ର ୯ଘ. ସମୟରେ ହେବ। ୧୦ ତାରିଖ ସୋମବାର ସକାଳ ୮ଘ. କଳସ ଶୋଭାଯାତ୍ରା ଓ ଗଣ୍ଠିଆଳ ଫିଟା ଶୋଭାଯାତ୍ରା ହିମାଦ୍ରୀ ନଗର ଶିବାଜୀ କ୍ଲବ୍ ଠାରୁ ସିନେମା ହଲ୍ ବାଟ ଦେଇ ଶିଦ୍ଧେଶ୍ଵର ମନ୍ଦିର ଓ ପରେ ତହସିଲ ଛକ ସ୍ଥିତ ଦୁର୍ଗା ମଣ୍ଡପରେ ଗଣ୍ଠିଆଳ ଫିଟା କାର୍ଯ୍ୟକ୍ରମ ପରେ ଷ୍ଟେଟ୍‌ବ୍ୟାଙ୍କ୍ ରାସ୍ତା ଦେଇ ଶ୍ୟାମାଛକ, ଡାକ୍ତରଖାନା ଛକ, ଅଶୋକ କ୍ଲବ୍, ଦୁର୍ଗାମନ୍ଦିର, ହନୁମାନ ମନ୍ଦିର ରାସ୍ତା ଦେଇ ହିମାଦ୍ରୀ ନଗରରେ ପହଂଚିବ । ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ସମୟରେ ଅର୍କେଷ୍ଟ୍ରା ୧୧ ତାରିଖ ମଙ୍ଗଳବାର ବୈଠକୀ ରାତ୍ର ସମୟରେ ଅର୍କେଷ୍ଟ୍ରା ୧୨ତାରିଖ ବୁଧବାର – ଲମ୍ବାଣୀ ଶୋଭାଯାତ୍ରା – ଅପରାହ୍ନ ସମୟରେ ଶୋଭାଯାତ୍ରା ୧୦ଟି ସାଂସ୍କୃତିକ ଦଳ ସହ ହିମାଦ୍ରୀ ନଗର ଶିବାଜୀ କ୍ଲବ ପରିସରରୁ ବାହାରିବ।

ପରେ ସିନେମା ହଲ୍‌ ବାଟଦେଇ ୨୬ନମ୍ବର ଜାତିୟ ରାଜପଥରେ ଗାନ୍ଧୀଛକ, ଶ୍ୟାମା ଛକ, ହସ୍‌ପିଟାଲ ଛକ, ଗୁଡ଼ିଆ ପଡ଼ା, ଦୁର୍ଗାମନ୍ଦିର, କୁଷ୍ଟାପଡ଼ା, ତେଲିପଡ଼ା ଦେଇ ରାଜବାଟି ସମ୍ମୁଖ ଭଣ୍ତାରଗୃହରେ ପହୁଞ୍ଚିବ। ଶିବାଜିକ୍ଲବ ତୃତିୟ ବାର ମାଁପାର୍ବତୀ ବିବାହତ୍ସବ ପାଇଁ ଖର୍ଚ୍ଚ ପ୍ରାୟ ୨୦ଲକ୍ଷ ଟଙ୍କା ଅଟକଳ ରଖିଛନ୍ତି। ସାଂସ୍କୃତିକ କାର୍ଯ୍ଯକ୍ରମ ପାଇଁ ୮ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ଭିନ୍ନଭିନ୍ନ ଲୋକକଳା ମାନ ପଦର୍ଶନ ହେବ। ସେହିପରି ପୂଜାମଣ୍ତପ ନିକଟରେ ଦୁଇଟି ସ୍ଥାନରେ ଅର୍ଣ୍ଣକୋଟ ସହ ସ୍ବଚ୍ଛ ପାନୀୟ ବିତରଣ ବ୍ଯବସ୍ଥା ମାନ କରାଯାଇଛି।

error: Content is protected !!