ବରପାଲି – ବରପାଲି ୧୪୭ ତମ ଶିବବିବାହ ଅବସରରେ ହିମାଦ୍ରିନଗର ପକ୍ଷରୁ ବାବା କପିଳେଶ୍ବର ମହାଦେବଙ୍କ ବାଟବରଣ ବିଧି ସମ୍ପର୍ଣ୍ଣ ହୋଇଯାଇଛି। ମଙ୍ଗଳବାର ପ୍ରତ୍ଯୁଷରେ ବାବାଙ୍କ ବରଯାତ୍ରି ସମାବେଶ ହିମାଦ୍ରିନଗର ଦ୍ବାର ମୁହଁରେ ପହଞ୍ଚିବା ପୁର୍ବରୁ ଅପେକ୍ଷାରତ କନ୍ଯା ପିତାମାତା ପରମେଶ୍ବର ମେହେର ଓ ନିର ମେହେରଙ୍କ ସମେତ ସମସ୍ତ ନଗର ପୁର ନରନାରୀ ବରଯାତ୍ରି ମାନଙ୍କୁ ପୁଷ୍ପ ଚନ୍ଦନ ଲଗାଇ ସ୍ବାଗତ ଜଣାଇଥିଲେ।
ସେହିପରି ପରମ୍ପରା ଅନୁଶାରେ ବାବାଙ୍କ ବାଟବରଣ ପଣ୍ତିତ ମାନଙ୍କ ନିତି ଅନୁକରଣରେ ପାଳିତ ହୋଇଥିଲା। କନ୍ଯା ପିତାମାତା ଓ ନଗରବାସିଙ୍କ ଗହଣରେ ବାବାଙ୍କୁ କୋଳେଇ ମଣ୍ତପ ଅଭିମୂଖେ ନେଇଥିଲେ। ପରେ ପରମ୍ପରା ଅନୁଶାରେ ପଣ୍ତିତ ମାନଙ୍କ ଦ୍ବାରା କାର୍ଯ୍ଯକ୍ରମ ମାନ ଆରମ୍ଭ ହୋଇଥିଲା।