କୁଚିଣ୍ଡା(ତପନ ଦାଶ)-ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ ରବିବାର କୁଚିଣ୍ଡାରେ ନୂତନ ଗୃହ ନିର୍ମାଣର ଭୂମିପୂଜନ,ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଓ ଚାଷୀଙ୍କୁ ତୃଣ ଚାଷ ଉପରେ ଏକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ଯ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଏଥିରେ ମୁଖ୍ଯ ଅତିଥି ଭାବେ ଯୋଗଦେଇ ୧ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ନୂତନ ଗୃହ ପାଇଁ ଭୂମିପୂଜନ କରିଥିଲେ।ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡା.ମୋହନ ମାଣିଆଙ୍କ ସଭାପତିତ୍ବରେ କୁଚିଣ୍ଡା ଟାଉନହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ନାଏକ ଯୋଗଦେଇ ହିତାଧିକାରୀଙ୍କୁ କେବଳ କାର୍ଯ୍ୟାଦେଶ ଦେଇ ଛାଡିଦେଲେ ହେବ ନାହିଁ,ତାଙ୍କ ସହ ସମନ୍ଵୟ ରଖି ଉତ୍ସାହିତ କଲେ ଯାଇ ସେମାନେ ଉପକୃତ ହେବେ ବୋଲି କହିଥିଲେ।
ଚାଷୀମାନଙ୍କ ଉନ୍ନତି ସକାଶେ ସେମାନଙ୍କୁ ବିଭିନ୍ନ ଲାଭ ଦାୟକ ଯୋଜନା ସମ୍ପର୍କରେ ଦିଗଦର୍ଶନ ଦେଇ ସ୍ୱାବଲମ୍ବି କରିବା ଦିଗରେ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନାଏକ ପରାମର୍ଶ ଦେଇଥିଲେ।ଏହାଛଡା ଗୋପାଳନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ଉପଖଣ୍ଡର କୁଚିଣ୍ଡା,ବାମରା ଓ ଜମନକିରା ବ୍ଲକରେ ନୂତନ ଗୋଶାଳା ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ପ୍ରାଣୀ ମୁଖ୍ଯ ଚିକିତ୍ସା ଅଧିକାରୀ ଡା.ସତ୍ଯ ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ(ଜୀବ ମଙ୍ଗଳ) ଡା.ରାଜୀବ ଲୋଚନ ବେହେରା,କୁଚିଣ୍ଡା ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଅବିନାଶ ପ୍ରଧାନ,ବାମରା ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଦୀପନ କିଷାନ,ଫାଶିମାଲ ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଗଣେଷ ଚନ୍ଦ୍ର ପାଣି,କେଶାଇବାହାଲ ପ୍ରାଣୀଚିକିତ୍ସା ଅଧିକାରୀ ଡା.ସୁଧାଂଶୁ ମୋହନ ନାୟକ,ବାମରା ପ୍ରାଣୀଚିକିତ୍ସା ଅଧିକାରୀ ଡା.ବିଜୟ ଭୂମିଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋପାଳନ,କୁକୁଡା,ବତକ,ଘୁଷୁରୀ, ଛେଳି ଆଦି ଚାଷ ସହ ତୃଣ ଚାଷ କରି କିଭଳି ଲାଭବାନ ହେବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମରେ ପ୍ରାଣୀଧନ ନୀରିକ୍ଷକ ସ୍ମିତାର ବୁଡା ସଭା ପରିଚାଳନା କରିଥିଲେ।ପ୍ରାଣୀଧନ ନୀରିକ୍ଷକ ସୁରେନ୍ଦ୍ର ରାଉତ,ସନ୍ତୋଷ ଜୟପୁରିଆ,କସ୍ତୁରୀ ସେଠ,କୁମୁଦିନୀ ନାଏକ,ପୂର୍ଣ୍ଣଚନ୍ଦ୍ର ପଟେଲ,ପ୍ରଶାନ୍ତ ମିର୍ଦ୍ଧା,ଝାଡେଶ୍ବର ମେହେର,କୁମୁଦିନୀ ଠାକୁର, ଜାସମିନୀ କାଲୋ,ରବିନ୍ଦ୍ର ସାହୁ, କପିଳେଶ୍ଵର ବେହେରା ପ୍ରମୁଖଙ୍କ ସମେତ ଉପଖଣ୍ଡ ସମସ୍ତ ପ୍ରାଣୀ ମିତ୍ର ଯୋଗଦେଇ ଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସେକ୍ସନ ଅଫିସର ସତ୍ଯାନନ୍ଦ ମଲ୍ଲିକ,ଅନ୍ନଦା ଶଙ୍କର ଗଡତିଆ,ତୁଳାରାମ କଉଡି ,ଉଷାରାଣୀ କିଷାନ,ପ୍ରକାଶ ପଟେଲ ପ୍ରମୁଖ ସହଯୋଗ କରିଥିଲେ।ଏହି ଅବସରରେ ମନ୍ତ୍ରୀ ନାଏକ ଉପଖଣ୍ଡର ୩ଟି ବ୍ଲକରୁ ୧୩ଜଣଙ୍କୁ ବ୍ରଏଲର,ଜଣଙ୍କୁ ଛେଳି,୨ଜଣଙ୍କୁ ଘୁଷୁରୀ, ୨ଜଣଙ୍କୁ ମୁରାହ ମଇଁଷି ଫାର୍ମ ପାଇଁ ଏଭଳି ୧୮ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଶେଷରେ କୁଚିଣ୍ଡା ଗୋଷ୍ଠି ପ୍ରାଣୀ ଚିକିତ୍ସା ଅଧିକାରୀ ଡା.ଅବିନାଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।