Saturday, March 7, 2026
Homeଅଘଟଣହାଟ ମଧ୍ୟରେ ବ୍ରହ୍ମ ଜ୍ଞାନ ବାଣ୍ଟିବାରେ ବ୍ୟସ୍ତ ବିଦେଶୀ ମଦ ଦୋକାନ ।

ହାଟ ମଧ୍ୟରେ ବ୍ରହ୍ମ ଜ୍ଞାନ ବାଣ୍ଟିବାରେ ବ୍ୟସ୍ତ ବିଦେଶୀ ମଦ ଦୋକାନ ।

ବିଜେପୁର-ବରଗଡ ଜିଲ୍ଲା ବିଜେପୁରର ସଦାବେଳେ ଜନଗହଳି ସ୍ଥାନ ହେଉଛି ବିଜେପୁର ବସଷ୍ଟାଣ୍ଡ।ଏଇ ରାସ୍ତା ଦେଇ ବିଜେପୁର ସହରର ସ୍କୁଲ କଲେଜ ଠୁ ଆରମ୍ଭ କରି ବିଭିନ୍ନ ସରକାରୀ କର୍ମଚାରୀମାନେ ନିୟମିତ ଯିବା ଆସିବା କରିଥାନ୍ତି। ହେଲେ ଏଠାକାର ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ସହର ଠାରୁ ଅନେକ ଦୂରରେ ରହିବା କଥା। ଏହାକୁ ନେଇ ଅନେକ ଥର ବିଭାଗୀୟ ଅବକାରୀ ବିଭାଗର ଅବଗତି ନିମନ୍ତେ ବିଭିନ୍ନ ପତ୍ରପତ୍ରିକାରେ ସମ୍ବାଦ ପରିବେଷଣ ହୋଇସାରିଥିଲେ ସୁଦ୍ଧା ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମୋଟା ଅଙ୍କ ପ୍ରତିମାସରେ ପାଉଥିବାରୁ ଏଥିପ୍ରତି ଜାଣିଶୁଣି ନିରବଦ୍ରଷ୍ଟା ସାଜିଛନ୍ତି।ଆଉ ଗୋଟିଏ କଥା ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରକାରୀ ନିର୍ଦ୍ଧାରିତ ପ୍ରିଣ୍ଟ ଅନୁସାରେ ଦେୟ ନେବା ପରିବର୍ତ୍ତେ ଗୋଟିଏ ଗୋଟିଏ ଫାଇଲ(ବୋତଲ)ରୁ ଲୋକଙ୍କ ଠାରୁ ୨୦ ଟଙ୍କା ଅଧିକ ଦେଇ ବିକ୍ରୟ କରି ଆସୁଛନ୍ତି।

ଦୋକାନରେ ଥିବା ସେଲ୍ସ ମ୍ୟାନ କୁ ଯଦି ଅଧିକ ଟଙ୍କା ଅସୁଲି କରି ଚଢ଼ା ଦର ରେ ବିକ୍ରୟ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ ଏଥିରୁ ନିବୃତ ରହିବାକୁ ବାରଣ କଲେ ସେ କହନ୍ତି ବିଜେପୁରମେ ଏସା ଚଲତା ହେ ବୋଲି କହନ୍ତି। ଏପଟେ ବିଜେପୁର ବରିଷ୍ଠ ନାଗରିକ ସଂଘ ମଧ୍ୟ ଏହାକୁ ବିରୋଧ କରି ଥାନାରେ ମୈାଖିକ ଅଭିଯୋଗ ମଧ୍ୟ କରି ସାରିଛନ୍ତି। କିନ୍ତୁ ଫଳ ଶୂନ। ଏଣୁ ଅତି ଶିଘ୍ର ଏଥିପ୍ରତି ଧ୍ୟାନ ଦେବାକୁ ଓଡ଼ିଶାର ମାନ୍ୟବର ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଜନସାଧାରଣ ଅଭିଯୋଗ କରନ୍ତି।

error: Content is protected !!