Friday, June 13, 2025
spot_imgspot_imgspot_img
Homeରାଜ୍ୟହରିୟାଣା ମୁଖ୍ଯମନ୍ତ୍ରୀଙ୍କ ବାସଭବନରେ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ବରଗଡ ସାଂସଦ ଶ୍ରୀ ପ୍ରଦୀପ...

ହରିୟାଣା ମୁଖ୍ଯମନ୍ତ୍ରୀଙ୍କ ବାସଭବନରେ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ।

ପଦ୍ମପୁର-ହରିୟାଣା ମୁଖ୍ଯମନ୍ତ୍ରୀ ଶ୍ରୀ ନାୟବ ସିଂ ଚଣ୍ତିଗଡ ଗସ୍ତରେ ଥିବା ପାର୍ଲାମେଣ୍ଟ ଷ୍ଟାଣ୍ତିଂ କମିଟିର ସଦସ୍ୟ ମାନଙ୍କ ଉଦ୍ଦେଶ୍ଯରେ ଗତ ୯ ତାରିଖ ଦିନ ଚଣ୍ତିଗଡ ସ୍ଥିତ ମୁଖ୍ଯମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏକ ରାତ୍ରିଭୋଜନ ର ଆୟୋଜନ କରିଥିଲେ । ଶ୍ରମ,ବୟନଶିଳ୍ପ ସ୍କିଲ୍ ଡେଭେଲପମେଣ୍ଟ ପାର୍ଲାମେଣ୍ଟ ଷ୍ଟାଣ୍ତିଂ କମିଟି ଏକ ୨ ଦିନିଆ ଗସ୍ତରେ ଚଣ୍ତିଗଡ ଆସିଥିଲେ ।

ଏହି କମିଟିରେ ଲୋକସଭା ଓ ରାଜ୍ଯ ସଭାର ୧୨ ଜଣ ସାଂସଦ ସାମିଲ ଥିବା ବେଳେ ସମସ୍ତଙ୍କୁ ନିଜ ବାସଭବନରେ ମୁଖ୍ଯମନ୍ତ୍ରୀ ଶ୍ରୀ ନାୟବ ସିଂ ସ୍ବାଗତ କରିବା ସହ,ରାତ୍ରି ଭୋଜନ ସହ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପାର୍ଲାମେଣ୍ଟ ଷ୍ଟାଣ୍ତିଂ କମିଟି ସଦସ୍ଯ ମାନଙ୍କ ବ୍ଯତିତ ହରିୟୀଣା ସରକାର ଅନେକ ବରିଷ୍ଠ ମନ୍ତ୍ରୀ,ସାଂସଦ ସାମିଲ ଥିଲେ । କମିଟିର ସଦସ୍ୟ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତୀମା ପୁରୋହିତ ମଧ୍ଯ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଖ୍ଯମନ୍ତ୍ରୀ ଶ୍ରୀ ନାୟବ ସିଂ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

error: Content is protected !!