ବୌଦ୍ଧ-ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଷର ଚେର ହରଭଙ୍ଗା ବ୍ଲକର ସବୁ ଅଞ୍ଚଳକୁ ମାତ୍ରାରେ ବ୍ୟାପିଲାଣି l ଯେତେ ଚେଷ୍ଟା କଲେ ବି ବିଭାଗ ଜଙ୍ଗଲ କାଟି ପଦାକରି ଦେଉଛନ୍ତି ଗଂଜେଇ ମାଫିଆ ଓ ସହ ସହ ଏକର ରେ କରାଗଲାଣି ଗଂଜେଇ ଚାଷ l ବିଗତ ଦିନରେ ହରଭଙ୍ଗା ବ୍ଲକ ଶାନ୍ତପ୍ରିୟ ଥିବା ବେଳେ ଗତ ଦୁଇ ବର୍ଷ ତଳେ କାଁ ଭାଁ ବ୍ଲକ ର ହାତ ଗଣତି କିଛି ଜଙ୍ଗଲ ରେ ଚାଷ ହେଉଥିବା ନେଇ ଗଣ ମଧ୍ୟମରେ ଖବର ପ୍ରକାଶ ପରେ ପୋଲିସ ଓ ବନ ବିଭାଗ ପକ୍ଷରୁ ନଷ୍ଟ କରିଥିଲା । ଚଳିତ ବର୍ଷ ନୁଆଁପଡା ଜଙ୍ଗଲ, ନନ୍ଦନ ବନଠୁ ଆରମ୍ଭ କରି ଅରାଗଡ଼, ଘୋଡାଡିଆଁ, ଯାଜପୁର ଜଙ୍ଗଲ, ଭୀମଖୋଲ, ରାଣୀସାହି ଓ ମାଧପୁର ରେଞ୍ଜର ମାରଦିଙ୍ଗ, ମୁଣ୍ଡେଶ୍ଵର ସଂରକ୍ଷିତ ଜଙ୍ଗଲ, କଣ୍ଡରା ଏବଂ କାଚପାଜୁ ଭଳି ଜଙ୍ଗଲରେ ହଜାର ହଜାର ଏକର ଜଙ୍ଗଲ ପଦା କରି ବିପୁଳ ପରିମାଣରେ ଚାଲିଛି ବେଆଇନ ଗଂଜେଇ ଚାଷ l

ଗଂଜେଇ ଚାଷ ବନ ବିଭାଗ ଜାଣତରେ ହେଉଥିବା ଅଭିଯୋଗ ହେଉଥିବା ସହ ଏଥିରେ ମୋଟା ଅଙ୍କର ଡିଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ପୋଲିସ ଓ ଅବକାରୀଙ୍କ ସମ୍ପୃକ୍ତିକୁ ମଧ୍ୟ ଆଡେଇ ଦିଆଯାଇନପାରେ । କାରଣ ପ୍ରତିଦିନ ପୁଟପେଟ୍ରୋଲିଙ୍ଗ ପାଇଁ ସରକାରୀ ନିୟମ ଥିବା ବେଳେ ପେଟ୍ରୋଲିଙ୍ଗ ସମୟରେ ବିଭାଗୀୟ କର୍ମଚାରୀ ଙ୍କ କେମିତି ନଜର କୁ ଆସୁନି ଗଂଜେଇ ଚାଷ ଯାହା ତଦନ୍ତସାପେକ୍ଷ । ଗଣ ମାଧ୍ୟମରେ ରେ ଖବର ପ୍ରକାଶ ପରେ ବନବିଭାଗର ଗଣମାଧ୍ୟମକୁ ନାଲିଆଖି ସିଧାସଳଖ ବନବିଭାଗ ସମ୍ପୃକ୍ତିକୁ ଇଙ୍ଗିତ କରୁଛି। ପୂର୍ବରୁ ଚଳିତ ବର୍ଷ ପୁରୁଣାକଟକ ପୋଲିସ ପକ୍ଷରୁ ଘୋଡାଡିଆଁ ଗ୍ରାମ୍ୟ ନିକଟରେ ବିପୁଳ ପରିମାଣ ର ଗଂଜେଇ ଚାଷ ନଷ୍ଟ କରି ପୋଡିଥିବା ବେଳେ ଆଜି ପୁଣି ପୁରୁଣାକଟକ ପୋଲିସ ପକ୍ଷରୁ ବହୁ ପରିମାଣରେ ହୋଇଥିବା ଜଙ୍ଗଲ ଜମିରେ ଗଂଜେଇ ଚାଷ ନଷ୍ଟ କରିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଥିବା ବେଳେ ପୋଲିସ ନିରବତା ଅନ୍ୟଏକ ଦିଗକୁ ସୂଚିତ କରୁଛି ।


ସୂଚନା ଅନୁଯାଇ ପୁରୁଣାକଟକ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବୌଦ୍ଧ -ଫୁଲବାଣୀ ସୀମାନ୍ତ କୁଆଘରା ଜଙ୍ଗଲ ରେ ଗଂଜେଇ ଚାଷ ହେଉଥିବା ନେଇ ଏକ ସ୍ୱତନ୍ତ୍ର ଟିମ ଓ ପୁରୁଣାକଟକ ବନବିଭାଗ କର୍ମଚାରୀ ଉକ୍ତ କୁଆଘରା ଜଙ୍ଗଲ ରେ ବିପୁଳ ପରିମାଣର ଗଂଜେଇ ଚାଷ ହୋଇଥିବା ଦେଖି ପ୍ରାୟ ୧୦ ରୁ ଉର୍ଦ୍ଧ ଗଂଜେଇ ଗଛ ନଷ୍ଟ କରାଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ଫୁଲବାଣୀ ଅଞ୍ଚଳ ରେ ଉକ୍ତ ଜଙ୍ଗଲ ରେ ଆହୁରି ଅନେକ ସ୍ଥାନରେ ଗଂଜେଇ ଚାଷ ହୋଇଥିବା ମଧ୍ୟ ନଜର କୁ ଆସିଛି l ଅରାଗଡ଼, ରାଣୀସାହି ସହିତ ସଂକୁଲୋଇ ଗ୍ରାମ୍ୟ ନିକଟ ବର୍ତ୍ତୀ ଜଙ୍ଗଲ ଓ ମାଧପୁର ରେଞ୍ଜର ଏକାଧିକ ଜଙ୍ଗଲରେ ଗଂଜେଇ ଚାଷ ହୋଇଥିବା ଜାଣି ପାରୁନି ବନ ବିଭାଗ ଓ ପୋଲିସ l ତେବେ ଗଞ୍ଜେଇ ଓ କାରବାରରେ କିଏ ସହଯୋଗ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଜିଲ୍ଲା ପ୍ରଶାସନ ସଜାଗ ହେବା ସହ ଦୁର୍ନୀତିଗସ୍ତ ଅଧିକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।



