Saturday, March 7, 2026
Homeରାଜ୍ୟସ୍ୱର୍ଗତଃ ନାରାୟଣ ପୃଷେଠଙ୍କ ଜୟନ୍ତୀ ପାଳିତ।

ସ୍ୱର୍ଗତଃ ନାରାୟଣ ପୃଷେଠଙ୍କ ଜୟନ୍ତୀ ପାଳିତ।

ପଦ୍ମପୁର-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲର ସମ୍ମିଳନୀ କକ୍ଷରେ ଦିବଙ୍ଗତ ସାରସ୍ୱତ ସାଧକ ସ୍ୱର୍ଗତଃ ନାରାୟଣ ପୃଷେଠଙ୍କ ଜୟନ୍ତୀ ଉତ୍ସବ ଆଗାମୀ ସାହିତ୍ୟ ସଂସଦ ତରଫରୁ ପାଳିତ ହୋଇଯାଇଛି। ଏହି ଅବସରରେ ସଂସଦର ସଭାପତି ଡ. ପ୍ରମୋଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଓ ଡ. ଜୟକେତନ ତ୍ରିପାଠୀ ଙ୍କ ସଂଯୋଜନାରେ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଉପ-ସଭାପତି ସଂଜୟ କୁମାର ବହିଦାର ସ୍ୱ।ଗତ ଭାଷଣ ଓ ସମ୍ପାଦକ ନାଟ୍ୟକାର ଅଶୋକ ବହିଦାର ବିବରଣୀ ପ୍ରଦାନ କରିଥିଲେ। ଉପସ୍ଥିତ ଶ୍ରୋତା ମାନଙ୍କ ତରଫରୁ ସାମୂହିକ ଭାବେ ସ୍ୱର୍ଗତଃ ପୃଷେଠଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।

ଏଥି ସହିତ ସ୍ମୃତି ପୁସ୍ତିକା ଆଗାମୀ ଓ ଡ. ପ୍ରମୋଦ କୁମାର ପାଢୀଙ୍କ ସମ୍ବଲପୁରୀ କବିତା ସଙ୍କଳନ ‘ରସାଲି ଲେତି’ ପୁସ୍ତକକୁ ଡ.ବାଞ୍ଚାନିଧି ପଣ୍ଡା ଓ ଗୋବିନ୍ଦ ପାଣିଗ୍ରାହୀ ଉନ୍ମୋଚନ କରିଥିଲେ। ଜୟନାରାୟଣ ତ୍ରିପାଠୀ, ପ୍ରଫେସର ରାଜେନ୍ଦ୍ର ପାଢୀ, ଆଇନଜୀବୀ ସନ୍ତୋଷ ସତପଥି, ଅଧ୍ୟାପକ ସନ୍ତୋଷ ସିଂ ଠାକୁର, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର,ପ୍ରମୋଦ ଚନ୍ଦ୍ର ନାଥଙ୍କ ସମେତ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କର୍ମକର୍ତ୍ତା ତଥା ବ୍ୟକ୍ତି ବିଶେଷ ସ୍ୱର୍ଗତ ପୃଷେଠଙ୍କ ସ୍ମୃତି ଚାରଣ କରିଥିଲେ। କୁଞ୍ଜବିହାରୀ ସରାଫ, କିଶୋର ପାତ୍ର,ଟେନେସ୍ ପଣ୍ଡା ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷର ସହ-ସମ୍ପାଦକ ମନୋଜ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

error: Content is protected !!