Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସ୍ୱପ୍ନେଶ୍ୱର ବାବାଙ୍କ ପତରପେଣ୍ଡି ଉତ୍ସବ ସମ୍ପର୍ଣ୍ଣ।

ସ୍ୱପ୍ନେଶ୍ୱର ବାବାଙ୍କ ପତରପେଣ୍ଡି ଉତ୍ସବ ସମ୍ପର୍ଣ୍ଣ।

ପଦ୍ମପୁର – ଦେବାଦୀ ଦେବ ମହାଦେବ ଏବଂ ଜଗତ ଜନନୀ ମାତା ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବ ହେଉଛି ଶୀତଳଷଷ୍ଠୀ ଉତ୍ସବ । ସ୍ୱୟଂ ପ୍ରକୃତି ସଦୃଷା ମା ଜଗତ ଜନନୀ ଓ ପରିବେଶର ସ୍ୱରୂପ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବଙ୍କ ମିଳନର ଏହି ପବିତ୍ର ଉତ୍ସବକୁ ବହୁ ଆଡମ୍ବର ଏବଂ ଭକ୍ତି ଭାବରେ ପାଳନ କରିଥାନ୍ତି ଲୋକେ । ସେହି ପରି ପ୍ରେକ୍ଷୀରେ ପଦ୍ମପୁର ସାର୍ବଜନୀନ ଶୀତଳଷଷ୍ଠୀ କମିଟି ତରଫରୁ ମଧ୍ୟ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ ବାବାଙ୍କର ପବିତ୍ର ଶୀତଳଷଷ୍ଠୀ ଉତ୍ସବ ଆୟୋଜିତ ହୋଇଥିବା ବେଳେ ବାବା ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମାହାଦେବଙ୍କ ପତରପେଣ୍ଡି ଉତ୍ସବ ସମ୍ପର୍ଣ୍ଣ ହୋଇଥିଲା ।

ପଦ୍ମପୁର କଣ୍ଟାବନ୍ଧ ସ୍ଥିତ ସ୍ୱପନେଶ୍ୱର ବାବାଙ୍କ ମନ୍ଦିରରୁ ଘଣ୍ଟ ଶଙ୍ଖ ଡମ୍ବରୁ ନାଦ ସହ ସପ୍ତରୁଷି ଓ ବରପିତା କନ୍ୟା ଅନ୍ୱେଷଣରେ ବାହାରିଥିଲେ । ସମ୍ପୂର୍ଣ୍ଣ ନଗର ବୁଲିବା ପରେ ମାତା ଶକ୍ତି ସ୍ୱରୂପିଣି ପାର୍ବତୀଙ୍କ ପଦ୍ମପୁର ଶ୍ରୀରାମ ନଗରସ୍ଥିତ ପିତାମାତାଙ୍କ ଘରେ ପହଞ୍ଚିବା ସହ ବାବା ଭୋଳାନାଥଙ୍କ ଗୁଣ ଗାରିମା ବର୍ଣ୍ଣନା କରି ବୈଦିକ ରିତି ନିତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା ପତରପେଣ୍ଡି ଉତ୍ସବ । ଗୁରୁବାର ବାବାଙ୍କ ବରପକ୍ଷରୁ ମା ଜଗତ ଜନନୀ ପାର୍ବତୀଙ୍କ ଅଳଙ୍କାର ଧାରଣ ନୀତି ସମ୍ପର୍ଣ୍ଣ ପାଇଁ ସ୍ଥିର କରାଯାଇଥିବା ବେଳେ ସନ୍ଧ୍ୟାରେ ସୁପ୍ରଶିଦ୍ଧ ପାରାୟଣ ଗାୟିକା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଓ ସାଥି ବିଜ୍ଞସୀ ବାରିକଙ୍କ ଦ୍ୱାରା ପାରାୟଣ କାର୍ଯ୍ୟକ୍ରମ ଆୟୋଜତ ହୋଇଥିଲା।

ସେହିପରି ଆସନ୍ତା ଶନିବାର ଦିନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରରୁ ବୈଦିକ ମନ୍ତ୍ରଚାରଣ ଏବଂ ପରମ୍ପରିକ ବାଦ୍ୟ ନୃତ୍ୟ ଗୀତ ସହ ବାବାଙ୍କ ଭବ୍ୟ ବରଯାତ୍ରୀରେ ଯାଇ କନ୍ୟା ମାତାପିତାଙ୍କ ଘରେ ଭବ୍ୟ ବିବାହ ଉତ୍ସବ ଆୟୋଜନ କରାଯିବାର କମିଟି ତରଫରୁ ସୂଚନା ଦିଆଯାଇଛି। ଏହା ସହ ରବିବାର ଦିନ ସନ୍ଧ୍ୟା ସମୟରେ ମା ଜଗତ ଜନନୀ ପାର୍ବତୀ ଏବଂ ଦେବାଦୀ ଦେବ ସ୍ଵପ୍ନେଶ୍ଵର ମହାଦେବ ବାବା ଙ୍କର ଯୁଗଳ ପ୍ରତିମା ମହାଆଡମ୍ବର ଭବ୍ୟ ମନୋରମ ଶୋଭାଯାତ୍ରାରେ ନଗର ପରିକ୍ରମା କରି ପୁନଃ ମନ୍ଦିରକୁ ଯାତ୍ରା କରିବେ ।

error: Content is protected !!