Saturday, May 31, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସ୍ୱପ୍ନେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ : ମାତା ପାର୍ବତୀଙ୍କ ଅଳଙ୍କାର ଧାରଣ ନୀତି ସମ୍ପନ୍ନ।

ସ୍ୱପ୍ନେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ : ମାତା ପାର୍ବତୀଙ୍କ ଅଳଙ୍କାର ଧାରଣ ନୀତି ସମ୍ପନ୍ନ।

ପଦ୍ମପୁର-ପ୍ରକୃତି ଓ ପରିବେଶର ଅନନ୍ୟ ମିଳନର ନୀତି ଯାହାକୁ ସମସ୍ତେ ଶୀତଳଷଷ୍ଠୀ ନାମରେ ଜାଣନ୍ତି। ଦେବାଦୀ ଦେବ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ଵର ମହାଦେବ ବାବା ଏବଂ ଜଗତ ଜନନୀ କରୁଣାମୟୀ ମାତା ପାର୍ବତୀଙ୍କ ଅପୂର୍ବ ଭବ୍ୟ ବିବାହ ଉତ୍ସବ। ତେବେ ସ୍ୱପ୍ନେଶ୍ଵର ବାବାଙ୍କ ଶୀତଳଷଷ୍ଠୀ ପାଇଁ କମିଟି ପକ୍ଷରୁ ଜୋର ସୋରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିବା ବେଳେ ଶୁକ୍ରବାର ବିବାହ ପାଇଁ ମା ଜଗତ ଜନନୀଙ୍କ ଅଳଙ୍କାର ଧାରଣ ଉତ୍ସବ ମହାଆଡମ୍ବରରେ ସମ୍ପନ୍ନ ହୋଇଥିଲା।

ବରପକ୍ଷ ପଦ୍ମପୁର ସ୍ଥାନୀୟ କଣ୍ଟାବାନ୍ଧ ସଂଲଗ୍ନ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରୁ ଭାର ଆଦିରେ ମାଙ୍କ ନିର୍ବନ୍ଧ ପାଇଁ ଫଳମୂଳ ମିଠା ପିଠା ଚୁଡା ଗୁଡ଼ ବସ୍ତ୍ର ଅଳଙ୍କାର ଆଦି ନେଇ ଶହ ଶହ ଭକ୍ତଙ୍କ ଗହଳିରେ ପଞ୍ଚବାଦ୍ୟ ସଂକୀର୍ତ୍ତନ ଘଣ୍ଟ ଶଙ୍ଖ ଆଦି ସହ ନଗର ପରିକ୍ରମା କରି ଶ୍ରୀରାମ ନଗର ସ୍ଥିତ କନ୍ୟା ମାତା ପିତାଙ୍କ ଘରେ ପହଂଚି ବୈଦିକ ରୀତି ନୀତି ଅନୁଯାୟୀ ମା ସିଂହ ବାହିନୀ ହିମାଳୟ ପୁତ୍ରୀ ପାର୍ବତୀଙ୍କ ଅଳଙ୍କାର ଧାରଣ ନୀତି ସମ୍ପନ୍ନ କରିଛନ୍ତି। ମୁଖ୍ୟ ପୂଜକ ଭାବରେ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ବରପକ୍ଷର ପୁରୋହିତ କାର୍ଯ୍ୟ ତୁଲାଉଥିବା ବେଳେ ପ୍ରଦୀପ କୁମାର ରଥ କନ୍ୟା ପକ୍ଷ ପୁରୋହିତ ଦାୟିତ୍ୱ ବହନ କରୁଛନ୍ତି ।

ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ପୂଜକ ଟଙ୍କଧର ମହାପତ୍ର, ସତ୍ୟ ପ୍ରକାଶ ପାଣିଗ୍ରାହୀ ଏବଂ କାନ୍ତିଲାଲ ଦାସ ପୁରୋହିତ୍ୟ କାର୍ଯ୍ୟ ସମ୍ପାଦନରେ ସାହାଯ୍ୟ କରିଥିବା ବେଳେ ଭକ୍ତଙ୍କ ହୁଳହୁଳି ଏବଂ ହରିବୋଲରେ ପ୍ରକମ୍ପିତ ହୋଇଥିଲା ସାରା ବିବାହ ମଣ୍ଡପ। ସେହିପରି ସୁପ୍ରସିଦ୍ଧ ପାରାୟଣ ଗାୟିକା ପ୍ରାପ୍ତି ଆଚାର୍ଯ୍ୟ ଏବଂ ସାଥି ବିଜ୍ଞାସୀ ବାରିକଙ୍କ ସୁମଧୁର କଣ୍ଠରୁ ସୁନ୍ଦରା କାଣ୍ଡ ପାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।

ତେବେ ଶନିବାର ଶୁଭରେ ବାବା ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବଙ୍କ ମହା ଭବ୍ୟ ବରଯାତ୍ରା ପାଟ ପାଟୁଆଁର ସହ ବାହାରି ବିବାହ ପାଇଁ ମାତା ପାର୍ବତୀଙ୍କ ପିତା ମାତା ଗୃହ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିବା ବେଳେ ସମସ୍ତ ଭକ୍ତ ବୃନ୍ଦ ଏହି ବରଯାତ୍ରାରେ ସାମିଲ ହୋଇ ପବିତ୍ର ଦେବ ବିବାହର ଶୁଭ ଆଶୀର୍ବାଦ ଲାଭ କରିବା ପାଇଁ କମିଟିର ସଭାପତି ପ୍ରିତମ ମେହେର ଓ ସମସ୍ତ ସଦସ୍ୟ ଅନୁରୋଧ କରିଛନ୍ତି।

error: Content is protected !!