Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତି‘ସ୍ବୟଂସିଦ୍ଧା’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ।

‘ସ୍ବୟଂସିଦ୍ଧା’ର ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ।

ବରପାଲି-ସୃଜନର ନବ ଉନ୍ମେଷ ‘ସ୍ବୟଂସିଦ୍ଧା’ ସ୍ବତନ୍ତ୍ର ସଂଖ୍ୟା କବିତୀର୍ଥ ବରପାଲିଠାରେ ଉନ୍ମୋଚିତ ହୋଇଯାଇଛି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ତୃତୀୟ ପୌତ୍ର ତଥା ବିଶିଷ୍ଟ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ଚିତ୍ରଶିଳ୍ପୀ ଓ ସାହିତ୍ୟିକ ବିନୋଦ ଚନ୍ଦ୍ର ମେେହରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଡକ୍ଟର ସୁଶୀଳ କୁମାର ବାଗଙ୍କ ଦ୍ବାରା ସଂପାଦିତ ସୃଜନର ନବ ଉନ୍ମେଷ ‘ସ୍ବୟଂସିଦ୍ଧା’ର ସ୍ବତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ଉତ୍ସବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଅବସରପ୍ରାପ୍ତ ପ୍ରଶାସକ ଚୁଡ଼ାମଣୀ ସେଠ୍,ବରପାଲି ତହସିଲଦାର ଋକ୍ମଣ ମେହେର, ସାହିତ୍ୟିକ ତଥା ଶିକ୍ଷାବିଦ୍ ରବୀନ୍ଦ୍ର ଗଡ଼ତିଆ, ଶିକ୍ଷାବିଦ୍ ରଘୁନାଥ ପୂଜାରୀ, ଗଙ୍ଗାଧର ଫାଉଣ୍ଡେସନର ଅଧ୍ୟକ୍ଷ ମିହିରି କୁମାର ମେହେର, କାର୍ଯ୍ୟକାରୀ ଅଧ୍ୟକ୍ଷ ମହେନ୍ଦ୍ର କୁମାର ମେହେର, ସାହିତ୍ୟିକ ମନୋରଞ୍ଜନ ମେହେର, ଡକ୍ଟର ଶୁକମୁନି ମେହେର, ସଂପାଦକ ଡକ୍ଟର ସୁଶୀଳ କୁମାର ବାଗ୍ ପ୍ରମୁଖ ଉପସ୍ଥିତ ଥିଲେ। ‘ସ୍ବୟଂସିଦ୍ଧା’ର ଏହି ସଂଖ୍ୟାର ପ୍ରଚ୍ଛଦ ପ୍ରସଙ୍ଗ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସହିତ ଓଡ଼ିଶାର ବହୁ କବି, ପ୍ରାବନ୍ଧିକ, ଗାଳ୍ପିକଙ୍କ ଲେଖା ପ୍ରକାଶ ପାଇଛି।

error: Content is protected !!