Saturday, March 7, 2026
Homeରାଜ୍ୟସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମେଗା ସ୍ବାସ୍ଥ୍ୟ ଶିବିର ।

ସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ମେଗା ସ୍ବାସ୍ଥ୍ୟ ଶିବିର ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କ ଇହଲୀଳା ସମ୍ବରଣ କରିବାର ଚାରି ବର୍ଷ ପରେ ବି ଲୋକେ ତାଙ୍କୁ ଆଉ ତାଙ୍କ କାମକୁ ଝୁରୁଛନ୍ତି । ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ଠାରେ ଡ.ଅଜିତ ବାରିକଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ସୁରେନ୍ଦ୍ର କୁମାର ସାହୁଙ୍କର ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଏବଂ ଏବିଡିଓ ଭୀଷ୍ମ ମାଝୀ ଶିବିରକୁ ଉଦଘାଟନ କରିଥିଲେ । ଗାଇସିଲେଟ ଅଞ୍ଚଳର ପ୍ରାୟ ୫୨୩ ଜଣଙ୍କ ଚକ୍ଷୁ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହ ସେମାନଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଛି ।

ବାପାଙ୍କ ଶ୍ରାଦ୍ଧ ବାର୍ଷିକୀକୁ ଏଭଳି ଢଙ୍ଗରେ ପାଳନ କରିଥିବାରୁ ସ୍ବର୍ଗତ ସାହୁଙ୍କ ପୁତ୍ର ସରୋଜ ଶ୍ରିଭୂଷଣ ସାହୁ ଏବଂ ସାକେତ ଶ୍ରିଭୂଷଣ ସାହୁଙ୍କୁ ଲୋକେ ଭୂରି ଭୂରି ପ୍ରଶଂସା କରିଛନ୍ତି । ସ୍ବର୍ଗତ ସୁରେନ୍ଦ୍ର ସାହୁ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ସମସ୍ୟାରେ ପଡ଼ିଥିବା ଲୋକକୁ ସାହାଯ୍ୟ ନକଲେ ଯେମିତି ରାତିରେ ତାଙ୍କୁ ନିଦ ହୁଏ ନାହିଁ । ବିନା ମୂଲ୍ୟରେ କୋର୍ଟରେ ଗରିବ ଅସହାୟ ଲୋକଙ୍କ ପାଇଁ କେସ ଲଢ଼ୁଥିଲେ । ତାଙ୍କ ସମସାମୟିକ ଆଇନଜିବୀମାନେ ସୁଖ ସ୍ଵଚ୍ଛନ୍ଦରେ ଜୀବନଯାପନ କରୁଥିବା ବେଳେ ସ୍ବର୍ଗତ ସୁରେନ୍ଦ୍ର ସାହୁ କିନ୍ତୁ ଲୋକଙ୍କ ସେବାରେ ସବୁ କିଛି ସମର୍ପିତ କରିଦେଇ ନିଜେ ନିଶ୍ୱ ପାଲଟି ଯାଇଥିଲେ ।

ଶ୍ରୀ ସାହୁଙ୍କ ମତରେ ଧନ ସଂପତ୍ତି କ୍ଷଣିକ ମାତ୍ର କିନ୍ତୁ ଲୋକଙ୍କ ଭଲ ପାଇବା ଚିରସ୍ଥାୟୀ । ସେ ସବୁବେଳେ କହୁଥିଲେ ତାଙ୍କୁ ଯେଉଁ ସମ୍ମାନ ଓ ଭଲ ପାଇବା ମିଳୁଛି ତାହା ହେଉଛି ସେ ଉପାର୍ଜନ କରିଥିବା ପୁଞ୍ଜି । ସ୍ବର୍ଗତ ସୁରେନ୍ଦ୍ର ସାହୁଙ୍କ ଅନ୍ତେ ଏବେ ତାଙ୍କର ପିଲାମାନେ ମଧ୍ୟ ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ବାପାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜର ଅବହେଳିତ ଲୋକଙ୍କ ସେବା କରୁଛନ୍ତି । ବାପାଙ୍କ ଶ୍ରାଦ୍ଧରେ ନିଶୁଳ୍କ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଏମାନେ ପ୍ରମାଣିତ କରିଦେଇଛନ୍ତି ଯେ ସୁରେନ୍ଦ୍ର ସାହୁ ହୁଏତ ଆଉ ଏ ଦୁନିଆରେ ନାହାଁନ୍ତି କିନ୍ତୁ ତାଙ୍କ ବିଚାର କେବେ ମରି ନାହିଁ କି ଜନସେବା କରିବା ପାଇଁ ସେ ଆରମ୍ଭ କରିଥିବା ମିଶନ କେବେ ବନ୍ଦ ହେବ ନାହିଁ ।

error: Content is protected !!