Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସ୍ବର୍ଗତ ଘାସିରାମ ମାଝୀଙ୍କ ୯୬ ତମ ଜନ୍ମ ଜୟନ୍ତୀ ପାଳିତ ।

ସ୍ବର୍ଗତ ଘାସିରାମ ମାଝୀଙ୍କ ୯୬ ତମ ଜନ୍ମ ଜୟନ୍ତୀ ପାଳିତ ।

ନୂଆପଡା(ଡୋଲେଶ୍ଵର ବାଗ)-ନୂଆପଡା ଜିଲ୍ଲା ମୂତ୍ତିକା ସଂରକ୍ଷଣ ବିଭାଗ ସମ୍ମିଳନୀ କକ୍ଷ ଠାରେ ସ୍ବର୍ଗତ ଘାସିରାମ ମାଝୀଙ୍କ ୯୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଘାସିରାମ ମାଝୀ ନୂଆପଡ଼ା ଜିଲ୍ଲା ପାଇଁ ଏକ ମହାନ ଜନନାୟକ ଅଟନ୍ତି। ତାଙ୍କ ଦ୍ବାରା ଜିଲ୍ଲା ରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉନ୍ନତିକରଣ ପାଇଁ ଚେଷ୍ଟିତ ବ୍ୟକ୍ତିତ୍ବ। ଘାସିରାମ ମାଝୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷ ରୁ ୯୬ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସଭାରେ ଜିଲ୍ଲା ଘାସିରାମ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ହୋମ ସିଂ ମାଝୀ, ପ୍ରସନ୍ନ ପାଢୀ, ମୁଖ୍ୟ ବକ୍ତା ରୂପେ ଡ଼. ଶିବ ପ୍ରସାଦ ବେହେରା, ରାଜ୍ୟ ଆଦିବାସୀ ସଂଘ ସଭାପତି ବାଳକୃଷ୍ଣ ଶବର, ହୋମ ସିଂ ମାଝୀ, ଯଦୁମଣି ପାଣିଗ୍ରାହୀ, ବରିଷ୍ଠ ଆଇନଜୀବୀ ପିଣ୍ଟୁ ପାଣିଗ୍ରାହୀ ପ୍ରମୁଖ ମଞ୍ଚାଷିନ ହୋଇଥିଲେ। ଜିଲ୍ଲା ଗଠନ ରେ ତାଙ୍କ ମୁଖ୍ୟ ଭୂମିକା ରହିଥିବା ବେଳେ ଆଦିବାସୀଙ୍କ ସାମାଜିକ, ଅର୍ଥନୀତିକ ସୁଧାର ଆଣିବା ପାଇଁ ଶିକ୍ଷା ଏକମାତ୍ର ମାଧ୍ୟମ ଭାବେ ଆହ୍ବାନ କରିଥିଲେ। ଅନେକ ବାର ବିଧାୟକ ଭାବରେ ନିର୍ବାଚିତ ହୋଇ ମନ୍ତ୍ରୀମଣ୍ଡଳ ରେ ଦାୟିତ୍ବ ନିର୍ବାହ କରିବା ସହ ନୂଆପଡ଼ା ବିକାଶ ଏକମାତ୍ର ଚିନ୍ତା ଥିଲା ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

error: Content is protected !!