Wednesday, January 8, 2025
spot_imgspot_imgspot_img
Homeରାଜ୍ୟସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଭୋଟର ତାଲିକା ୨୦୨୫ ପ୍ରକାଶିତ ।

ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଭୋଟର ତାଲିକା ୨୦୨୫ ପ୍ରକାଶିତ ।

ବରଗଡ଼-ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ଵୀକୃତିପ୍ରାପ୍ତ ସମସ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ ରାଜନୈତିକ ଦଳଗୁଡିକର ସଭାପତିମାନଙ୍କ ଉପସ୍ଥିତିରେ ଚୂଡ଼ାନ୍ତ ଭୋଟର ତାଲିକା ୨୦୨୫ ର ଅନ୍ତିମ ପ୍ରକାଶନୀ ପ୍ରକାଶ ପାଇଥିଲା । ଉକ୍ତ ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଶ୍ରୀ ଆଦିତ୍ୟ ଗୋୟଲ, ଜିଲ୍ଲା ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ମହେନ୍ଦ୍ର ମହାପାତ୍ର, ଏ. ଡି.ଏମ. (ରାଜସ୍ଵ), ଶ୍ରୀମତୀ ମଧୁଛନ୍ଦା ସାହୁ ଏ. ଡି.ଏମ. (ସାଧାରଣ) ଉପସ୍ଥିତ ରହିଥିଲେ । ଏଥିରେ ବରଗଡ଼ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳୀର ଲିଙ୍ଗୀୟ ଅନୁପାତ ଓ ଭୋଟର-ଜନସଂଖ୍ୟା ଅନୁପାତ ମଧ୍ୟ ପ୍ରକାଶିତ ହୋଇଥିଲା ।

ପଦମପୁର ନିର୍ବାଚନୀ ମଣ୍ଡଳୀର ସମୁଦାୟ ଭୋଟର ସଂଖ୍ୟା ୨୭୨୬୯୨ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୩୪୯୯୪, ମହିଳା ଭୋଟର ସଂଖ୍ୟା ୧୩୭୬୯୦ ଏବଂ ୮ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ବିଜେପୁର ନିର୍ବାଚନୀ ମଣ୍ଡଳୀର ସମୁଦାୟ ଜନସଂଖ୍ୟା ୨୪୩୮୧୪ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୨୨୯୭୭ , ମହିଳା ଭୋଟର ସଂଖ୍ୟା ୧୨୦୮୨୬ ଏବଂ ୧୧ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ବରଗଡ଼ ନିର୍ବାଚନୀ ମଣ୍ଡଳୀର ସମୁଦାୟ ଜନସଂଖ୍ୟା ୨୨୧୨୬୧ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୧୧୧୫୦, ମହିଳା ଭୋଟର ସଂଖ୍ୟା ୧୧୦୦୯୧ ଏବଂ ୨୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।

ଅତାବିରା (ଏସ.ସି.) ନିର୍ବାଚନୀ ମଣ୍ଡଳୀର ସମୁଦାୟ ଜନସଂଖ୍ୟା ୨୨୬୪୨୦ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୧୩୮୧୦, ମହିଳା ଭୋଟର ସଂଖ୍ୟା ୧୧୨୬୦୭ ଏବଂ ୩ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଭଟଲି ନିର୍ବାଚନୀ ମଣ୍ଡଳୀର ସମୁଦାୟ ଜନସଂଖ୍ୟା ୨୩୩୫୬୭ ଥିବାବେଳେ ପୁରୁଷ ଭୋଟର ସଂଖ୍ୟା ୧୧୮୬୧୨, ମହିଳା ଭୋଟର ସଂଖ୍ୟା ୧୧୪୯୫୩ ଏବଂ ୨ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ବରଗଡ଼ ଜିଲ୍ଲାର ସର୍ବମୋଟ ଭୋଟର ସଂଖ୍ୟା ୧୧୯୭୭୫୪ , ଯେଉଁଥିରେ ସମୁଦାୟ ପୁରୁଷ ସଂଖ୍ୟା ୬୦୧୫୪୩, ସମୁଦାୟ ମହିଳା ସଂଖ୍ୟା ୫୯୬୧୬୭ ଏବଂ ମୋଟ ୪୪ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ।

error: Content is protected !!