Saturday, March 7, 2026
Homeରାଜ୍ୟସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ସଫଳତା ।

ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ସଫଳତା ।

ବରପାଲି-ବରପାଲିଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ଛାତ୍ରୀ ମାନଙ୍କ ସଫଳତା ଗୌରବ ଆଣିବାରେ ବେଶ ସହାୟକ ହୋଇପାରିଛି। ଚଳିତ ବର୍ଷ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଷଷ୍ଠ ପର୍ଯ୍ୟାୟ ମହାବିଦ୍ଯାଳୟ ଛାତ୍ରୀଙ୍କ ସଫଳତା ସର୍ବାଗ୍ରେ ରହିଥିବା ଜଣାପଡିଛି। ମହାବିଦ୍ୟାଳୟର ୮ ଜଣ ଛାତ୍ରୀ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।

ଓଡ଼ିଆ ବିଭାଗର ଅର୍ଚ୍ଚନା ସାହୁ ୯.୦୮ ମାର୍କ ରଖି ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ପ୍ରଥମ ହୋଇଥିବା ବେଳେ ହିନ୍ଦୀ ବିଭାଗରୁ ସୋନାଲି ମେହେର ୮.୯୫ ମାର୍କ ରଖି (ତୃତୀୟ),ସିମ୍ପଲି ସତପଥି ୮.୮୪(ଚତୁର୍ଥ)ଆଁଚଲ୍ ମହତ୍ତମ୍ ୮.୭୭(ସପ୍ତମ) ଶ୍ରାବଣୀ ଭୋଇ ୮.୭୪ ମାର୍କ(ଅଷ୍ଟମ) ରଖିଥିବା ବେଲେ ରାଜନୀତି ବିଜ୍ଞାନ ବିଭାଗରୁ ଲିପସା ବେହେରା ୮.୬୧(ଚତୁର୍ଥ)ସ୍ନେହା ବିଶି ୮.୬୦(ପଞ୍ଚମ)ପୁଷ୍ପାଞ୍ଜଳି ବଞ୍ଚୋରେ ୮.୫୨(ନବମ) ସ୍ଥାନ ପାଇଛନ୍ତି।

ମହାବିଦ୍ୟାଳୟ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅଭାସି ମାଧ୍ୟମରେ ଆୟୋଜିତ ସମ୍ମିଳନୀ ସଭାରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ସାମିଲ ହୋଇ ସମର୍ଦ୍ଧନା ଜ୍ଞାପନ କରିଥିଲେ।ଆଗାମୀ ଶନିବାର ୧୦ ମଇରେ ସକାଳ ଘ.୮:୦୦ମି ସମୟରେ କୃତି ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ପରିସରରେ ସମ୍ମର୍ଦ୍ଧନା ଉତ୍ସବ ଆୟୋଜନ ମାଧ୍ଯମରେ ସମ୍ମାନିତ କରାଯିବା ନିମନ୍ତେ ଅଧ୍ୟକ୍ଷା ଶ୍ରୀମତି ଦାଶ ସମ୍ମିଳନୀ ସଭାରେ ଅଭିବ୍ୟକ୍ତ ପ୍ରଦାନ କରିଥିଲେ ।

error: Content is protected !!