Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ ।

ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିବସ ପାଳିତ ।

ବରପାଲି-ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରରେ ସମ୍ବଲପୁରୀ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ସମ୍ବଲପୁରୀ ଦିନ୍ ପାଳନ ଅବସରରେ ସମ୍ବଲପୁରୀ ଭାଷା ଓ ସାହିତ୍ୟ ସମ୍ମିଳନୀ ଭିତ୍ତିକ ସଭା ଆୟୋଜିତ ହୋଇଥିଲା। ଓଡ଼ିଆ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ସଭାକାର୍ଯ୍ଯ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଘରଯୁଗୀ ଗଡତିଆ ଯୋଗ ଦେଇ ପଶ୍ଚିମାଞ୍ଚଳର ଭାଷା ଏବଂ ସମ୍ବଲପୁରୀ ସାହିତ୍ୟର ମାର୍ମିକ ଭାବ,ଉତ୍ସବ, ଧାର୍ମିକ ମନୋଭାବ, ଉଦାରତା ଭାବକୁ ନେଇ ଉପସ୍ଥାପନା କରିଥିଲେ। ସେହିପରି ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର, ନୀଳ ମାଧବ ପାଣିଗ୍ରାହୀ, ପଦ୍ମଶ୍ରୀ ଲୋକ କବି ହଲଧର୍ ନାଗ,ପ୍ରୟାଗ ଦତ୍ତ ଯୋଶୀ ପ୍ରଭୃତି ମହାରଥି ମାନଙ୍କର ସ୍ମୃତି ଚାରଣ କରିଥିଲେ। ସଂସ୍କୃତିର ଅର୍ନ୍ତନିହିତ ବାସ୍ତବତା ଯାହା ଧୀରେ ଧୀରେ ଲୁକ୍କାୟିତ ହୋଇଯାଉଥିବା ଦର୍ଶାଇଥିଲେ।

ଆଲୋଚ୍ଯ ପ୍ରସଙ୍ଗକୁ କେନ୍ଦ୍ର କରି ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରାରମ୍ଭିକ ପ୍ରର୍ଯ୍ଯାୟରେ ଅଧ୍ୟାପିକା ପିଙ୍କି ବାରିକ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଦ୍ଵୀପ ପ୍ରଜ୍ବଳନ ହେବା ସହ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା।ସମ୍ବଲପୁରୀ ଗୀତ ବାଦ୍ୟ ସହ ଆରିସା,କାକରା, ମଣ୍ଡା,ଚାଉଳ ବରା,ପକୁଡ଼ି,ପ୍ରଭୃତି ଖାଦ୍ୟ ଗ୍ରହଣ ସହ, ପରିଶେଷରେ ଅଧ୍ୟାପିକା ନିଳୀମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ ନେପାଲ ବିଶ୍ୱାଲ ଅଧ୍ୟାପିକା ପୁନମ ସାହୁ,ସସ୍ମିତା ମେହେର,ମନୀଷା ଭୋଇ,ଶୋଭାବତୀ ଥପା,ପରିଣୀତା ପଧାନ ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ନୃପରାଜ୍ ଭୁଏ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।

error: Content is protected !!