ବୌଦ୍ଧ(ସିମୁନ ନାଏକ)-ସ୍କୁଲ ନିକଟ ଦୋକାନରୁ ଦେଶୀ ମଦ ଜବତ ସହ ଜଣେ ଗିରଫ । ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଡେଣିଗଡ଼ ସ୍କୁଲ ନିକଟରେ ଏକ ଦୋକାନରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲା । ଓଆଇସି ପୁରୁଷୋତ୍ତମ ବେବର୍ତାଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଦୋକାନରେ ଚଢ଼ାଉ କରି ୭ ଗୋଟି ପ୍ଲାସିକ ବୋତଲ ଓ ଗୋଟିଏ ଜାରରେ ଥିବା ୨୪ ଲିଟର ମଦ ଜବତ କରିବା ସହ ମଦ କାରବାର କରୁଥିବା ଲଷ୍ମୀଧର ସାହୁକୁ ଗିରଫ କରିଥିବା ଜଣାପଡ଼ିଛି । ଏନେଇ କେସ ନମ୍ବର ୧୦୬/୨୫-୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଏହି ଚଢ଼ାଉରେ ଅଞ୍ଜଳି ଅମାତ, ବିଜୟ ବାଘ, ସୁଜିତ ସାହୁ ପ୍ରମୁଖ ଅବକାରୀ କର୍ମଚାରୀ ସାମିଲ ହୋଇଥିଲେ ।



