ବରଗଡ଼-ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖାଲିଆପାଲି ସ୍କୁଲ ପଡ଼ାରେ ବେଆଇନ ମଦ ବିକ୍ରିକୁ କେନ୍ଦ୍ରକରି ଆଜି ଶତାଧିକ ମହିଳା ଏକତ୍ରିତ ହୋଇ ରାଲି ମାଧ୍ୟମରେ ଜନସଚେତନତା କରିଥିଲେ । ଖଲିଆପାଲି ଆଶ୍ରମ ସ୍କୁଲ ନିକଟରେ ବେଆଇନ ମଦ ବିକ୍ରି କରୁଥିବା ଏକ ଅସାମାଜିକ ବ୍ୟକ୍ତିଙ୍କ ଘରକୁ ଯାଇ ବ୍ୟାପକ ପରିମାଣରେ ଦେଶୀ,ବିଦେଶୀ ମଦ ଜବତ କରି ସର୍ବସାଧାରଣରେ ନଷ୍ଟ କରିଥିଲେ ।
କିଛିଦିନ ପୂର୍ବରୁ ଅନେକ ମହିଳା ବରଗଡ଼ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ ମାତ୍ର ଟାଉନ ପୋଲିସ ତାଙ୍କୁ ପ୍ରମାଣ ସହ ଅଭିଯୋଗ କରିବାକୁ କହିଥିଲେ । ସେମାନେ ଗତ ବୁଧବାର ଦିନ ଚାରି ବସ୍ତା ଦେଶୀ ବିଦେଶୀ ମଦ ସହିତ ଉକ୍ତ ବ୍ୟକ୍ତିକୁ ପୋଲିସ ଜିମାରେ ଦେଇଥିଲେ ମାତ୍ର ଅଭିଯୋଗକାରୀ ଘରକୁ ଫେରିବା ପୂର୍ବରୁ ଅଭିଯୁକ୍ତ ମଦ ବେପାରୀ ଆଗୁଆ ଘରକୁ ପହଞ୍ଚିଯାଇଥିଲେ ।
ପୋଲିସ ତାକୁ ଛାଡି ଦେଇଥିବା ସେମାନେ ଅଭିଯୋଗ କରିଥିଲେ ଓ ନିତିଦିନିଆ ମଦ ବିକ୍ରି ଚଳାଚଳ ରହିଥିବାରୁ ଆଜି ଶତାଧିକ ମହିଳା ବାହାରି ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ବିଦେଶୀ ଓ ଦେଶୀ ମଦ ଜବତ କରି ସର୍ବ ସାଧାରଣରେ ନଷ୍ଟ କରିଥିଲେ । ଘଟଣା ଅନାୟତ ହେବା ପରେ ବରଗଡ଼ ଟାଉନ ପୋଲିସ ପହଞ୍ଚି ବୁଝାମଣା କରିଥିଲେ । ଖବର ଲେଖା ଯିବା ପର୍ଯ୍ୟନ୍ତ କାହାରି ନାମରେ ଅଭିଯୋଗ ଗ୍ରହଣ କରାଯାଇ ନଥିବା ବିଷୟରେ ପୋଲିସ ପକ୍ଷରୁ ସୂଚନା ମିଳିଥିଲା ।