ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୋନପୁର୍ ବ୍ଲକ ଛକରେ ପୂର୍ବତନ ଜିଲ୍ଳା ସଭାପତି ଶ୍ରୀ ବଲଦେବ ବେଦବାକ୍ ଓ ଶ୍ରୀମତୀ ଶ୍ରାଦ୍ଧାଞ୍ଜଲି ମିଶ୍ରଙ୍କ ନେତୃତ୍ୱରେ ସରକାରଙ୍କ ରାଜସ୍ଵ ଓ ବିପର୍ଜୟ ପ୍ରସମନ ମନ୍ତ୍ରୀ ଶ୍ରୀ ସୁରେଶ ପୁଝାରୀଙ୍କୁ ଉଚ୍ଚସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅନ୍ୟ ମନଙ୍କ ମଧ୍ୟରେ ଜିଲ୍ଳା କୃଷକ ସଙ୍ଘ, ଜ୍ଞାନ ଜଗନ୍ନାଥ ମହୋତ୍ସଵ କମିଟି, ସୋନପୁର ଜିଲା ସାମ୍ବାଦିକ ସଙ୍ଘ, ବ୍ଲକଛକ ଦୁର୍ଗାପୂଜା କମିଟି, ରଏଲ୍ କ୍ଲବ, ମହିଳା ସଙ୍ଘ କଲାପଥର ଗ୍ରାପ ଇତ୍ୟଦି ସମ୍ବର୍ଦ୍ଧନା ଦେଇଥିଲେ ।

ପୂଣି ପ୍ରାୟ ୫୦ ଜଣ ଵ୍ୟକ୍ତି ବିଭିନ୍ନ ଵିଷୟରେ ଅଭିଯୋଗପତ୍ର ମାନ ପ୍ରଦାନ କରିଥିଲେ। ତେଵେ କିଛି ସମୟ ପରେ ଏହି ପଥପ୍ରାନ୍ତ ସଭାରେ ବାଳାଙ୍ଗିର୍ ସାଂସଦ ଶ୍ରୀମତୀ ସଂଗୀତା ସିଂ ଦେଓ ଯୋଗଦେବା ଓ ତାଙ୍କୁ ଶ୍ରୀ ବେଦବାକ୍ ଫୁଲତୋଡ଼ା ଦେଇ ପାଛୋଟି ନେଇ ସଭାରେ ବସେଇବା ଏକ ଚର୍ଚ୍ଚାର ହୋଇଛି। ଏଥିରେ ପୂର୍ବତନ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀସୁରେସ୍ ମିଶ୍ର, ନଗର ସଭାପତି ଶ୍ରୀ ସଂଜୀବ ବେଦବାକ, ସିନ୍ନିବାସ୍ ଚାନ୍ଦ , ବାପି ଦାସ୍, ଜିତୁ ମହାପାତ୍ର, କେଦାର ଦାସ୍, ସୁରେଶ ପାତ୍ର, ଭକ୍ତପ୍ରହ୍ଲାଦ ଖୁରା ପ୍ରମୁଖ ଯୋଗଦେଇଥିଲେ ।


