Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସେବତୀ ତାଣ୍ଡିଙ୍କୁ ହୁଇଲ ଚେୟାର ପାଇବାରେ ସହଯୋଗ କଲେ ସ୍ୱେଚ୍ଛାସେବୀ ଭେଲାରାମ କୁମ୍ଭାର ।

ସେବତୀ ତାଣ୍ଡିଙ୍କୁ ହୁଇଲ ଚେୟାର ପାଇବାରେ ସହଯୋଗ କଲେ ସ୍ୱେଚ୍ଛାସେବୀ ଭେଲାରାମ କୁମ୍ଭାର ।

ପାଟଣାଗଡ-ପାଟଣାଗଡ ବ୍ଲକ ଅନ୍ତର୍ଗତ ବରପଦର ଗାଁ ର ଦିବ୍ୟାଙ୍ଗ ମହିଳା ସେବତୀ ତାଣ୍ଡି ଦୀର୍ଘଦିନ ହେଲା ସେ ଚଳପ୍ରଚଳ କରିପାରୁନଥିଲେ। ତାଙ୍କୁ ଓଡିଶା ସରକାରଙ୍କ ତରଫରୁ ଏକ ହୁଇଲଚେୟାର ଦିଆଯାଇଥିଲା , କିନ୍ତୁ ସେ ହୁଇଲ ଚେୟାର କିଛିଦିନ ବ୍ୟବହାର କରିବା ପରେ ଭାଙ୍ଗି ଖରାପ ହୋଇଯାଇଥିଲା। ତାଙ୍କୁ ଏକ ନୂଆ ହୁଇଲ ଚେୟାର୍ ଦରକାର ହେଉଥିଲା କିନ୍ତୁ ଏହି ଦିବ୍ୟାଙ୍ଗଙ୍କ କଥା କେହି ମଧ୍ୟ ଶୁଣିନଥିଲେ।

ସ୍ୱେଚ୍ଛାସେବୀ ଅନୁଷ୍ଠାନ କୁତମୁଣ୍ଡାର ସମ୍ପାଦକ ଭେଲାରାମ କୁମ୍ଭାର (ହିମାଂଶୁ) ଏ ବିଷୟରେ ଖବର ପାଇ ବି.ଏସ.ଏସ.ଓ କମଳକାନ୍ତ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ୱେଚ୍ଛାସେବୀ ହୁଇଲ ଚେୟାର ଆଣି ସେବତୀ ତାଣ୍ଡିଙ୍କୁ ପ୍ରଦାନ କରିଥିଲେ। ସେବତୀ ତାଣ୍ଡି ନୂତନ ହୁଇଲ ଚେୟାର ପାଇ ଖୁସି ହୋଇ ବିଏସ ଏସ ଓ ଏବଂ ସ୍ୱେଚ୍ଛାସେବୀ କୁ ଧନ୍ୟବାଦ ଦେଇଥିଲେ।

error: Content is protected !!