Saturday, March 7, 2026
Homeରାଜ୍ୟସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଧେଶିକାଙ୍କ ପଦ୍ମପୁର ଗସ୍ତ ।

ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଧେଶିକାଙ୍କ ପଦ୍ମପୁର ଗସ୍ତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଧେଶିକା ଶ୍ରୀମତୀ କଲ୍ୟାଣୀ ଦାସ ଗୁରୁବାର ଏକ ଦିନିକିଆ ଗସ୍ତରେ ଆସି ଉପଖଣ୍ଡ ସୂଚନା ଓ ଲୋକ‌ ସମ୍ପର୍କ ବିଭାଗର କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଅବସରରେ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ ଫୁଲତୋଡା ଦେଇ ସ୍ବାଗତ କରିବା ସହ କାର୍ଯ୍ୟାଳୟର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଶ୍ରୀମତୀ ଦାସ ସୂଚନା କେନ୍ଦ୍ର ଓ ପାଠାଗାର ମଧ୍ୟ ପରିଦର୍ଶନ କରିଥିଲେ । ଏହି ସମୟରେ ବିଭାଗୀୟ କର୍ମଚାରୀ ଶ୍ରୀ ରାୟି ସିଂ ମାଝୀ, ପୂର୍ବତନ କର୍ମଚାରୀ ନୂଆ ସାହୁ, ଅନ୍ୟ କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ।

error: Content is protected !!