Wednesday, January 8, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ।

ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦଘାଟିତ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ ଓ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଗତକାଲି ସନ୍ଧ୍ୟାରେ ଉଦଘାଟିତ ହୋଇ ଯାଇଛି l ଓରମାସ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ଓ ଜିଲ୍ଲାପାଳ ଅନ୍ୟା ଦସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ମହୋତ୍ସବ ର ପଲ୍ଲୀଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମାନ୍ୟବର ଉପ ମୂଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁଭ ଉଦ୍ଘାଟନ କରି ପ୍ରାଚୀନ କାଳ ର ଉଦାହରଣ ଦେଇ କଳା ମାଧ୍ୟମ ରେ ଅନ୍ୟ ଦେଶ ସହ ସମ୍ପର୍କ ଯୋଡି ହୁଏ ବୋଲି ମତ ରଖି ଆମ ସରକାର ଯାହା ପ୍ରତିଶୁତି ରଖିଛି ତାହା ନିଶ୍ଚିତ ପୂରଣ କରିବ ବୋଲି କହି ଏ ସରକାର ଲୋକ ଙ୍କ ସରକାର ବୋଲି କହିଥିଲେ l

ସମ୍ମାନିତ ଅତିଥି ଭାବରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା ଯୋଗ ଦେଇ ସୁବର୍ଣ୍ଣପୁର କଳା ସଂସ୍କୃତି ପର୍ଯ୍ୟଟନ ର ପ୍ରାଣ କେନ୍ଦ୍ର ବୋଲି ମତ ପ୍ରକାଶ କରି ଏହାର ବିକାଶ ଓ ସୁରକ୍ଷା ପ୍ରତି ସଂକଳ୍ପ ବଦ୍ଧ ବୋଲି କହିବା ସହ ସୁବର୍ଣ୍ଣ ଲୋକ ମହୋତ୍ସବ ଖୁବ୍ ନିଆରା ବୋଲି କହି ସଂସ୍କୃତି କଳା ପରମ୍ପରା କୁ ନେଇ ଇ ଜିଲ୍ଲା ଗଠିତ ବୋଲି କହିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ଉନ୍ନତି ହେଲେ ଇ ରାଜ୍ୟ ରେ ସୁବର୍ଣ୍ଣ ଯୁଗ ଆରଂଭ ହେବ ବୋଲି କହିଥିଲେ l

କବି ପ୍ରଦ୍ୟୁମ୍ନ କୁମାର ସାହୁ ସଭା ସଂଯୋଜନା କରିଥିବା ବେଳେ ସି ଡି ଇ ଓ ଅଶ୍ଵିନୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l ସଭା ପରେ ସମସ୍ତ ଅତିଥି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମନ ଭରି ଉପଭୋଗ କରିଥିଲେ l ପ୍ରଥମେ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ଓ ଉନ୍ନୟନ ପ୍ରଦର୍ଶନୀ ମେଳା କୁ ଉପ ମୂଖ୍ୟମନ୍ତ୍ରୀ ଙ୍କ ସମେତ ସମସ୍ତ ଅତିଥି ପରିଦର୍ଶନ କରି ସ୍ଵୟଂ ସହାୟିକା ଗୋଷ୍ଠୀ ମହିଳା ଓ ଷ୍ଟଲ୍ ବ୍ୟବସାୟୀ ଙ୍କୁ ଉତ୍ସାହିତ କରିଥିଲେ l ଆଜି ଉଦଘାଟନୀ ସନ୍ଧ୍ୟା ରେ କଳାହାଣ୍ଡି , ରାଜସ୍ଥାନ, ଆସାମ ଓ ଖୋର୍ଦ୍ଧା କଳାକାର ଙ୍କ ନାଚ ଗୀତ କୁ ହଜାର ଦର୍ଶକ ବିଳମ୍ବିତ ରାତି ଯାଏ ଉପଭୋଗ କରିଥିଲେ l

error: Content is protected !!