Saturday, March 7, 2026
Homeରାଜନୀତିସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତ ମୁଠାକୁ ମଜବୁତ କରୁଛି କଂଗ୍ରେସ।

ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହାତ ମୁଠାକୁ ମଜବୁତ କରୁଛି କଂଗ୍ରେସ।

ପଦ୍ମପୁର- ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସଂଗଠନ ମଜବୁତ କରୁଛି କଂଗ୍ରେସ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ଓଡ଼ିଶା ଛତିଶଗଡ ସୀମାନ୍ତବର୍ତ୍ତୀ ଲଖମରା , ଚର୍ଦାପାଲି , ସରାଇକେଲା , ବାଦିକଟା ଅଞ୍ଚଳରେ କଂଗ୍ରେସ ନିଜର ସଂଗଠନ ମଜବୁତ କରିବାରେ ଲାଗିଛି ଏବଂ ସକ୍ଷମ ହେଉଥିବା ଦେଖିବାକୁ ମିଲୁଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଧୂମାଭଟା ଛକ ଠାରେ ଜାତୀୟ କଂଗ୍ରେସର ଏକ ସମାବେଶ ଅନୁଷ୍ଠିତ ହୋଇଛି। ସମାବେଶକୁ ବିଜୟାନନ୍ଦ ପଟ୍ଟନାୟକ ସଂଚାଳନ କରିଥିଲେ। ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ମହେନ୍ଦ୍ର ଖୁଣ୍ଟିଆ,କଂଗ୍ରେସ ପ୍ରାର୍ଥୀ ଟଙ୍କଧର ସାହୁ,ଝାରବନ୍ଧ ବ୍ଲକ ସଭାପତି ମୁଜାଫର ହୁସେନ, ପଦ୍ମପୁର ବ୍ଲକ ପ୍ରଦୀପ ବେହେରା,ଯୁବ କଂଗ୍ରେସ ସଭାପତି ବିକାଶ ବହିଦାର, ରାମ ପ୍ରସାଦ ଉଗ୍ରେ, ବିନୋଦ ବିଶ୍ୱାଲ,ନୁରାଧନ ଭୋଏ, ମନୋଜ ପ୍ରସାଦ ତ୍ରିବେଦୀ, ଗତିକୃଷ୍ଣ ଭୋଇ, ପ୍ରହଲ୍ଲାଦ ସରାଫ ମଞ୍ଚାସୀନ ରହି କଂଗ୍ରେସର ଗ୍ୟାରେଣ୍ଟି ଓ ଆଭିମୁଖ୍ୟ ଉପସ୍ଥାପନା କରିଥିଲେ। ବିଜେଡି ନେତା ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସ୍ବାମୀ ଆନନ୍ଦ ବାଲମ, ଅବସର ପ୍ରାପ୍ତ ଶିକ୍ଷକ ନୀଳମଣି ଭୋଇ, ଲମ୍ବୋଦର ପଟେଲ ସମେତ ଶତାଧିକ ବିଜେଡି, ବିଜେପି କର୍ମୀ କଂଗ୍ରେସରେ ସାମିଲ ହେଲେ। ସମାବେଶରେ ପ୍ରତ୍ୟେକ କର୍ମୀ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ।

error: Content is protected !!