Saturday, April 12, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସିରି ସମଲେଇ ପଣ୍ଡରା ଯୁବକ ସଂଘ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ: ଚାରା ପ୍ରଦାନ...

ସିରି ସମଲେଇ ପଣ୍ଡରା ଯୁବକ ସଂଘ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ: ଚାରା ପ୍ରଦାନ କରି ପରିବେଶ ସୁରକ୍ଷା ପାଇଁ ଦେଲେ ବର୍ତ୍ତା ।

ପଦ୍ମପୁର-ସାରା ଓଡିଶା ଯେତେବେଳେ ଗ୍ରୀଷ୍ମ ପ୍ରବାହରେ ଡହକ ବିକଳ ହେଉଥିବା ବେଳେ କେତେକ ସ୍ଥାନରେ ଅଂଶୁଘାତରେ ଜୀବନ ଯାଉଥିବାର ଦେଖିବାକୁ ମିଲୁଛି। ଏଡ଼େ ବଡ଼ ଜୀବ ଜଗତ ଗ୍ରୀଷ୍ମ ପ୍ରବାହରେ କବଳିତ। ଏହାର କାରଣ ଯେତେବେଳେ ଖୋଜି ବାହାର କରାଯାଏ ଅନେକ କାରଣ ଆଖିରେ ଜଳଜଳ କରି ଦେଖାଯାଏ। ଏହି ସମସ୍ତ କାରଣ ଗୁଡ଼ିକର ଏକମାତ୍ର ସମାଧାନ ପ୍ରାକୃତିକ ବଣ ଜଙ୍ଗଳର ସୁରକ୍ଷା ଓ ନୂତନ ଜଙ୍ଗଳ ସୃଷ୍ଟି କରିବା ସକାଶେ ପ୍ରତି ଗାଁରେ, ପ୍ରତି ଘରେ ଗୋଟିଏ ଗୋଟିଏ ଗଛ ଲଗାଇବା।

ଏହି ପରି ଏକ ବାର୍ତ୍ତା ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଜୁନ୍‌ ୫ ତାରିଖ ବିଶ୍ବ ପରିବେଶ ଦିବସ ଅବସରରେ ସିରି ସମଲେଇ ପଣ୍ଡରା ଯୁବକ ସଂଘ ବୁବୁଡ଼ାର ଯୁବ ଗୋଷ୍ଠୀ ଏକ ନିଆରା ପ୍ରୟାସ କରିଥିଲେ। କିଛି ସଚେତନ ବାର୍ତ୍ତା ଦେବା ସକାଶେ ଗାଁ ସାରା ପରିବେଶ ସୁରକ୍ଷା ଆଧାରିତ ସୋଗ୍ଲାନ ମାନ ଦେଇ ଏକ ଶୋଭାଯାତ୍ରା ବାହାରି ଲୋକଙ୍କୁ ସଚେତନ କରାଯାଇଥିଲା । ପରେ ଅନୁଷ୍ଠିତ ଏକ ସଭାରେମୁଖ୍ୟ ଅତିଥି ପ୍ରକୃତି ବନ୍ଧୁ ମୀନକେତନ ସାହୁଙ୍କ ସମେତ ଗାଁର ପରମେଶ୍ବର ଦାଶ, ଦୁଲ୍ଲଭ ବୁଡେକ, ସଂଘର ସଭାପତି ଜଗନ୍ନାଥ ବୁଡେକ ଓ ସଂପାଦକ ରାଜେଶ ସାହା ମଞ୍ଚାସୀନ ରହି ପରିବେଶ ସୁରକ୍ଷା ବିଷୟରେ ନିଜର ବକ୍ତବ୍ଯ ରଖିଥିଲେ ।

ଉପସ୍ଥିତ ଥିବା ଭଦ୍ରବ୍ୟକ୍ତି ଓ ଛୋଟ ଶିଶୁମାନଙ୍କୁ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। ଆବାହକ ଭଗବାନ ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ହେମନ୍ତ ବଡ଼ଗୁଛିଆ, ଗଜାନନ ବୁଡ଼େକ, ଲିଙ୍ଗରାଜ ବୁଡେକ, ଅରବିନ୍ଦ ବଡ଼ଗୁଛିଆ, ଭଜମନ ବୁଡେକ, ନବୀନ ବୁଡେକ, ସୁରେନ ଖମାରୀ, ଯତୀନ୍ ଖମାରୀ, ସେବକ ବଡ଼ଗୁଛିଆ, ରୂପେଶ ବୁଡେକ, ବସନ୍ତ ଖମାରୀ ତଥା ପଣ୍ତରା ଯୁବକ ସଂଘର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

error: Content is protected !!