Friday, November 22, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଷୁବ ମିଳନ ଅନୁଷ୍ଠିତ।

ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବିଷୁବ ମିଳନ ଅନୁଷ୍ଠିତ।

ପଦ୍ମପୁର-ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଶ୍ରୀ ଆଦିତ୍ୟ ରଥଙ୍କ ସଭାପତିତ୍ବ ଓ ଶ୍ରୀ ରାଜେନ୍ଦ୍ର କୁମାର ମହାନ୍ତିଙ୍କ ସମ୍ପାଦନା ରେ ବିଷୁବ ମିଳନ ସୂର୍ଯ୍ୟ ନଗର ସ୍ଥିତ ସତସଙ୍ଗ କେନ୍ଦ୍ରରେ ମହା ଆଡ଼ମ୍ବରରେ ପାଳନ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଶ୍ରୀ ଜୟ ନାରାୟଣ ତ୍ରିପାଠୀ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ମହାନ୍ତି ଅତିଥି ପରିଚୟ ଓ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ଶ୍ରୀ ଶ୍ରୀ ସିଦ୍ଧାନ୍ତ ଦାଶ ବିଷୁବ ସଂକ୍ରାନ୍ତି ଓ ସାହିତ୍ୟ ଉପରେ ସାର ଗର୍ଭକ ଭାଷଣ ପ୍ରଦାନ କରି ଥିଲେ। ସମ୍ମାନିତ ଅତିଥି ଡ଼ ପ୍ରମୋଦ କୁମାର ପାଢ଼ୀ , ସନ୍ତୋଷ ସିଂ ଠାକୁର ବିଷୁବ ସଂକ୍ରାନ୍ତି ଉପରେ ଆଲୋଚନା କରିଥିଲେ । ଏହାପରେ କବି ରମଣୀ ରଂଜନ ବିଶ୍ୱାଳ ଙ୍କ ସଂଯୋଜନା ରେ ଏକ ମନୋଜ୍ଞ କବିତା ପାଠ ହୋଇଥିଲା । ଏହି ପାଠୋତ୍ସବରେ ଶ୍ରୀ ପ୍ରମୋଦ କୁମାର ପାଢ଼ୀ, ନାଟ୍ୟକାର ଅଶୋକ କୁମାର ବହିଦାର, ନାଟ୍ୟକାର କେଶରଂଜନ ପ୍ରଧାନ, ଗାଳ୍ପିକ ପ୍ରଭାତ ସାହୁ,ଚନ୍ଦନ ସୋନି, ରିଙ୍କୁ ମେହେର ,ଫଣିନ୍ଦ୍ର କୁମାର ଠେଲା , କୁଞ୍ଜ ବିହାରୀ ସରାଫ, କିଶୋର ପାତ୍ର , ସବିତା ମହରା , ପ୍ରସନ୍ନ ରଣା, ସୁବାସ ସାହୁ ,ପ୍ରସାଦ ମହାଦେ , ପରୁଆ ଭାଇ , ବିଦ୍ୟାଧର ଦାଶ , ଭୋଜରାଜ ଭୋଇ , ପ୍ରମୁଖ କବି ଯୋଗଦାନ କରି ଥିଲେ । ଡ଼ ବାଞ୍ଛାନିଧି ପଣ୍ଡାଙ୍କ ଉପସ୍ଥିତି ସମସ୍ତଙ୍କ ମନରେ ଉତ୍ସାହ ଭରି ଦେଇ ଥିଲା । ସେ ମଧ୍ୟ ସିରଜିନାର କାର୍ଯ୍ୟକ୍ରମ କୁ ବହୁତ ପ୍ରଶଂସା କରିଥିଲେ । ଶେଷରେ କୁଞ୍ଜ ବିହାରୀ ସରାଫ ଧନ୍ୟବାଦ ଅର୍ପଣ କରି ଥିଲେ ।

error: Content is protected !!