Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ୯୮.୬% ପ୍ରତିଶତ ରଖିଲେ ଶିବାଶିଷ:କେନ୍ଦ୍ରୀୟ ବିଦ୍ଯାଳୟ ମଧ୍ୟରେ ରାଜ୍ୟରେ...

ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ୯୮.୬% ପ୍ରତିଶତ ରଖିଲେ ଶିବାଶିଷ:କେନ୍ଦ୍ରୀୟ ବିଦ୍ଯାଳୟ ମଧ୍ୟରେ ରାଜ୍ୟରେ ଦ୍ବିତୀୟ ।

ବରଗଡ଼ – ଚଳିତ ବର୍ଷ ସିବିଏସସି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବରଗଡ଼ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶିବାଶିଷ ସାହୁ ୯୮.୬% ପ୍ରତିଶତ ମାର୍କ ରଖି ଜିଲ୍ଲାରେ ରେକର୍ଡ ସୃଷ୍ଟି କରିଛନ୍ତି। କେନ୍ଦ୍ରୀୟ ବିଦ୍ଯାଳୟ ଭୁବନେଶ୍ୱର ରିଜନରେ ସେ ସର୍ବାଧିକ ନମ୍ବର ରଖି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ପାଞ୍ଚୋଟି ବିଷୟରୁ ସେ ତିନୋଟି ବିଷୟରେ ଶତ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ପରୀକ୍ଷା ପାଇଁ ଦୈନିକ ସେ ୧୨ ଘଣ୍ଟା ପରିଶ୍ରମ କରୁଥିଲେ। ଏହି ସଫଳତାର ଶ୍ରେୟ ସେ ସ୍କୁଲର ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ଦେଇଛନ୍ତି । ଆଗାମୀ ଦିନରେ ସିଭିଲ୍ ସର୍ଭିସ୍ ପାଇଁ ନିଜକୁ ପ୍ରସ୍ତୁତ କରିବେ ବୋଲି ସେ କହିଛନ୍ତି। ଶିବାଶିଷ ହେଉଛନ୍ତି ବରଗଡ଼ ପୌରପାଳିକାର ୯ ନମ୍ବର ୱାର୍ଡ ଅନ୍ତର୍ଗତ ବାନ୍ଦୁ ଟିକ୍ରା ନିବାସୀ ରମେଶ ସାହୁ ଓ ସରିତା ସାହୁଙ୍କ ଏକମାତ୍ର ପୁତ୍ର। ଏହି ସଫଳତା ପାଇଁ ଶିବାଶିଷଙ୍କୁ ସ୍କୁଲର ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ, ବନ୍ଧୁମାନେ ଅଭିନନ୍ଦନ ଜଣାଇଛନ୍ତି।

error: Content is protected !!