Saturday, March 7, 2026
Homeଅଘଟଣସିନାପାଲି ବସଷ୍ଟାଣ୍ଡର ଏକ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ହେଲା ପାଉଁଶ...

ସିନାପାଲି ବସଷ୍ଟାଣ୍ଡର ଏକ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ହେଲା ପାଉଁଶ ।

ନୂଆପଡା(ଡିଲେଶ୍ଵର ବାଗ)-ନୂଆପଡା ଜିଲ୍ଲା ସିନାପାଲି ବସଷ୍ଟାଣ୍ଡ ଠାରେ ସୁଇଟ ବେକେରି ଦୋକାନ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡ଼ି ପାଉଁଶ ରେ ପରିଣତ ହୋଇଥିବା ଅଭିଯୋଗ ହେଉଅଛି। ଘଟଣା ର ଖବର ପାଇ ସିନାପାଲି ଦମକଳ ବାହିନୀ ଅଗ୍ନି ଉପରେ ଆୟତ କରିବା ପ୍ରୟାସ କରିଥିଲେ। ଏହି ଅଗ୍ନି ବସ ଷ୍ଟାଣ୍ଡ ଅନ୍ୟ ଦୋକାନ କୁ ନ ବ୍ୟାପି ପାଇଁ ଜଳ ସିଞ୍ଚନ କରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡ ର କାରଣ ଜଣାପଡି ନଥିବା ବେଳେ ସଟ ସର୍କିଟ ହୋଇଥିବା ଅନୁମାନ କରାଯାଉଅଛି।ଦୋକାନ ମାଲିକ ଚନ୍ଦ୍ର ଶେଖର ମେହେର ନିଜ ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ନେଇ ଭାଙ୍ଗି ପଡ଼ିଛନ୍ତି। ଧାରା କରଜ କରି ଦୋକାନ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ସାମଗ୍ରୀ ଭାରି ବ୍ୟବସାୟ କରୁଥିଲେ।

ତାଙ୍କ ଦୋକାନ ପୋଡ଼ି ଯିବା କାରଣ ରୁ ୧୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ପୋଡ଼ି ନଷ୍ଟ ହୋଇଅଛି। ଆବଶ୍ୟକ ସହାୟତା ପାଇଁ ନିବେଦନ କରନ୍ତି। ସିନାପାଲି ପୋଲିସ ପକ୍ଷ ରୁ ଘଟଣା ତଦନ୍ତ କରୁଥିବା ଜଣାପଡେ।

error: Content is protected !!