Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସିଂହନପୁରରେ ନୁଆଁଖାଇ ଭେଟଘାଟ ।

ସିଂହନପୁରରେ ନୁଆଁଖାଇ ଭେଟଘାଟ ।

ପଦ୍ମପୁର – ପଦ୍ମପୁର ବ୍ଲକ ଅନ୍ତର୍ଗତ ସିଂହନପୁର ଗ୍ରାମରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଂହନପୁର ଗ୍ରାମ କମିଟିର ସଭାପତି ଶ୍ରୀ ଦୂର୍ବାଦଳ ମେହେର ଓ ସମ୍ପାଦକ ଶ୍ରୀ ରଘୁମଣୀ ପାଣ୍ଡେ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଗ୍ରାମ ଯୁବ ଗୋଷ୍ଠୀର ସଭାପତି ଶ୍ରୀ ଅରବିନ୍ଦ ସାହା ଏବଂ ସମ୍ପାଦକ ଶ୍ରୀ ଧର୍ମେନ୍ଦ୍ର ସାହା ମଧ୍ୟ ମଞ୍ଚାସିନ ଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ଅଭୟ ମେହେର ଏବଂ ଶ୍ରୀ ଭବାନୀ ପ୍ରସାଦ ସାହା ଯୋଗଦାନ କରିଥିଲେ । ଶ୍ରୀ ଉତ୍ତମ ପ୍ରସାଦ ସାହା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶ୍ରୀ ରୋହିଣୀ କୁମାର ପାଣ୍ଡେ, କେଦାର ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମେ ନୁଆଁଖାଇ ଭେଟଘାଟର ଖେଳକୁଦ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନକୁ ପୁରସ୍କାର ବିତରଣ କରାଯାଇ ଥିଲା।

ଏହି ଖେଳକୁଦ ପ୍ରତିଯୋଗିତାକୁ ସୁରେନ୍ଦ୍ର ସାହା, ଦିନେଶ ମେହେର, ସନ୍ତୋଶ ମେହେର, ରାଜୁ ବିଶି,ମନ ରଞ୍ଜନ ସାହା, କୁନି ସାହା, ଲିଜା ସାହା, ରୋନି ସାହା ଓ ବର୍ଷା ସେନାପତି, ସତ୍ୟବାନ ସାହା, ତ୍ରିଲୋଚନ ପାଣ୍ଡେ, ନରେଶ ସାହା, ଚୈତନ୍ୟ ସାହା, ରିପନ ସାହା, କ୍ଷେତ୍ର ବାସି ସାହା, ନୀଳାମ୍ବର ମେହେର, ଲିଙ୍ଗରାଜ ସାହୁ, ଲିଙ୍ଗ ମେହେର ଓ ଯୁବଗୋଷ୍ଠୀର ସଭ୍ୟମାନେ ସହଯୋଗ କରିଥିଲେ । ବିଶେଷ ସହଯୋଗ ଶ୍ରୀ ବେଣୁଧର ସାହା ଓ ଶ୍ରୀ ନରେନ୍ଦ୍ର ସାହା ମଧ୍ୟ କରିଥିଲେ । ପରେ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରୀ ଈଶ୍ୱର ମେହେର ଓ ଶ୍ରୀ ଦିନେଶ ମେହେର ନୃତ୍ୟ ଓ ସଂଗୀତର ବିଚାରକ ଭାବେ ଯୋଗାଯୋଗ ଦାନ କରିଥଲେ ।

ନୁଆଁଖାଇ ଭେଟଘାଟର ମୁଖ୍ୟ ଆକର୍ଷଣ ଶ୍ରୀ ଯାମିନୀ ରଞ୍ଜନ ସାହାଙ୍କ ରଚିତ ଓ ନିର୍ଦ୍ଧେଶିତ ଐତିହାସିକ ନାଟକ “ସାତବହନୀ” ପରିବେଷଣ କରା ଯାଇଥିଲା । ଏହି ନାଟକରେ ଗୋପାଳ ନିଆଳ, ରାଜୁ ବିଶି, ତୋଷଧର ପାଣ୍ଡେ, ଈଶ୍ୱର ମେହେର, ସୀପନ ସାହା,ଧର୍ମେନ୍ଦ୍ର ସାହା, ଆଲୋକ ସାହୁ, ଆକାଶ ଦ୍ୱାରି, ଆକାଶ ସେନାପତି, ରୋହିଣୀ ପାଣ୍ଡେ,ଅୟେଶା ମେହେର, ରେଖା ମେହେର, ରିୟା ମେହେର, ଲିନା ସାହୁ, ଲିସା ସାହୁ, ଶୋଭାରାଣୀ ଓ ଅନ୍ଯାନ୍ଯ କଳାକାର ଅଂଶ ଗ୍ରହଣ କରିଥିଲେ । ପରିଶେଷରେରେ ସମସ୍ତ କଳାକାର ମାନଙ୍କୁ ଏବଂ ସାତବହନୀର ଲେଖକ ଶ୍ରୀ ଯାମିନି ରଞ୍ଜନ ସାହାଙ୍କୁ ମୁଖ୍ୟ ଅତିଥି ଦ୍ୱାରା ସମ୍ବର୍ଦ୍ଧନା ଦିଅଯାଇଥିଲା । ଉଦଯାପନୀ ଉତ୍ସବ ଶ୍ରୀ ଅଭୟ ମେହେର ପରିଚାଳନା କରିଥିଲେ ।

error: Content is protected !!