Wednesday, December 18, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସାର୍ବଜନୀନ ମାଁମହାଲକ୍ଷ୍ମୀ ପୂଜନ ମହୋତ୍ସବ ଆରମ୍ଭ।

ସାର୍ବଜନୀନ ମାଁମହାଲକ୍ଷ୍ମୀ ପୂଜନ ମହୋତ୍ସବ ଆରମ୍ଭ।

ବରପାଲି-ବରପାଲି ଗଙ୍ଗାଧର ମେହେର ଯୁବକ ସଂଘ ଭୁଲିଆସମାଜ ପକ୍ଷରୁ ଆୟୋଜିତ ମହାଲକ୍ଷ୍ମୀ ପୂଜନ ମହୋତ୍ସବ ସୂଭାରମ୍ଭ ହୋଇଯାଇଛି। ଗୁରୁବାର ପଣ୍ତିତ ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା ନିତିକାନ୍ତି ପାଳନ ସହ ମହାଲକ୍ଷ୍ମୀଙ୍କ ସମେତ ପାର୍ଶ୍ବ ଦେବାଦେବୀ ଜିବନ୍ୟାସ କାର୍ଯ୍ଯକ୍ରମ ଆରମ୍ଭ କରାଯାଇଥିଲା। ଚଳିତ ଉତ୍ସବ ୧୨ ବର୍ଷରେ ପଦାର୍ପଣ କରିଥିବା ବେଳେ ମହାଲକ୍ଷ୍ମୀ ପୂରାଣ ପଠନ ପର୍ବ ଆରମ୍ଭ ହୋଇଥିଲା।

ଚଳିତ ବର୍ଷ ପୂଜାକର୍ତ୍ତା ଭାବରେ କୃଷ୍ଣଚନ୍ଦ୍ର ମେହେର ଓ ଧର୍ମପତ୍ନୀ ରୀତା ମେହେର ଦାୟୀତ୍ବଭାର ତୁଳାଉଛନ୍ତି। ମହୋତ୍ସବକୁ ଲୋକାଭିମୁଖି ଓ ଆକର୍ଷଣୀୟ କରିବା ଉଦେଶ୍ଯ ନେଇ ସାଜସଜ୍ଜା ସୌନ୍ଦର୍ଯ୍ଯକରଣ ସହ ଉଜ୍ବଳ ଆଲୋକ ମାଳାର ବ୍ୟବସ୍ଥା ମାଧ୍ୟମରେ ଆକର୍ଷଣିୟ ଭାବରେ ସଜ୍ଜିତ କରାଯାଇଛି।

ଏହି ଅବସରରେ ବୁଧବାର ମହିଳା ମାନଙ୍କ ଦ୍ବାରା ଏକ କଳସ ଶୋଭାଯାତ୍ରା ଗହିରବନ୍ଧରୁ ବାହାରି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ପହଞ୍ଚିଥିଲା। ପରେ ପୂର୍ଣ୍ଣକୂମ୍ଭ ମାନ ପଣ୍ତିତ ଓ ଆଚାର୍ଯ୍ଯ ସଦାନନ୍ଦ ଦାଶ,ଯୋଗେଶ ଦାଶ,ଆନନ୍ଦ ଦାଶ, ଗୋପାଳ ମିଶ୍ର,ସୁବଳ ମିଶ୍ର,ଲବ ଦାଶ ପ୍ରମୁଖଙ୍କ ଦ୍ବାରା କଳସ ସ୍ଥାପନ ସହ ରୀତିକାନ୍ତି ମାଧ୍ୟମରେ ମହୋତ୍ସବ ଆରମ୍ଭ ହୋଇ ପୂଜାର୍ଚ୍ଚନା ପ୍ରଥା ପାଳନ ହୋଇଥିଲା।

error: Content is protected !!