ପଦ୍ମପୁର-ବରଗଡ ଜିଲ୍ଲା ପଦ୍ମପୁର ରାଜବାଟୀ ପରିସର ମଧ୍ଯରେ ଆୟୋଜନ ହେବାକୁ ଥିବା ସାର୍ବଜନୀନ ଦୁର୍ଗାପୂଜା ୨୦୨୪ ପାଳନ ନିମନ୍ତେ ଏକ ସମନ୍ଵୟ ବୈଠକ ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଳ ମୋତିରାମ ଚୌହାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ଗାପୂଜା ପାଳନ କମିଟୀର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ପୂଜାସମୟରେ ହେଉଥିବା ଜନସମାଗମ ଏବଂ ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପାନୀୟଜଳ ଯୋଗାଣ, ନିରବିଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ ନିୟନ୍ତ୍ରଣ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥା,ପ୍ରମୁଖ ସ୍ଥାନ ମାନଙ୍କରେ ପୋଲିସ ମୁତୟନ ପ୍ରଭୂତି ବ୍ୟବସ୍ଥା ଉପରେ ପ୍ରଶାସନର ସହଯୋଗ କାମନା କରିଥିଲେ।
ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ମଧ୍ଯରେ ଏ ଦିଗରେ ବିଚାର ବିମର୍ଷ କରାଯାଇ ଥିଲା ଏବଂ ସମସ୍ତଙ୍କ ସହଯୋଗରେ ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଶୃଙ୍ଖଳାର ସହିତ ପାଳନ କରାଯିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ କୁନାଳ ମୋତିରାମ ଚୌହାନ ପ୍ରତିଶୃତି ଦେଇଥିଲେ। ଆବଶ୍ଯକ ସ୍ଥଳେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବୈଠକ ଆୟୋଜନ କରି ବିଭିନ୍ନ କାର୍ଯ୍ୟର ତଦାରଖ ପାଇଁ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ସ୍ନେହା ଅରଗୁଲାଙ୍କୁ ପରାମର୍ଶ ଦେଇଥିଲେ।
ଉକ୍ତ ସମନ୍ଵୟ ବୈଠକ ରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ମାଝି,ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଚିନ୍ମୟ କୁମାର ସାହୁଙ୍କ ସହିତ ପଦ୍ମପୁର ଥାନା ଅଧିକାରୀ ଶ୍ରୀମତୀ ମମତା ନାୟକ, ପୂଜା କମିଟିର କର୍ମକର୍ତ୍ତା ଶ୍ରୀଯୁକ୍ତ ଗୋବିନ୍ଦ ଅଗ୍ରବାଲ, ଯୁଗଳ କିଶୋର ସାହୁ,ଅଶୋକ କୁମାର ମିଶ୍ର, ନନ୍ଦକିଶୋର ଅଗ୍ରବାଲ, ରବିନାରାୟଣ ଦୋରା,
ଚିନ୍ମୟ କୁମାର ପଣ୍ଡା,ପୂର୍ଣଚନ୍ଦ୍ର ପାଣିଗାହୀ,ପ୍ରୀତମ ମେହେର, ବିଜୟ ବହିଦାର, ସନ୍ତୋଷ କୁମାର ମହାନ୍ତି, ନବକିଶୋର ବରିହା ,ଯୋଗେଶ କୁମାର ସାହୁ, ସୌମ୍ୟଜିତ ପାଢୀ, ଶେଖ୍ ସମିଉଲ ହୁସେନ, ସାମାଜିକ କର୍ମୀ ନିରୋଜ ଦୋରା ଅଚ୍ୟୁତ ସେଠ୍ ନରସିଂହ ପଟ୍ଟନାୟକ, ନାରାୟଣ ପୁରୋହିତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।