ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ)-ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ୩୬ ତମ ସର୍ବ ଭାରତୀୟ ଲାଲମନି କ୍ରିକଫେଷ୍ଟ୍-୨୦୨୫ ପୁଲ ବି ର ପ୍ରଥମ ମ୍ୟାଚ ରେ ବାପୁଜୀ କ୍ଲବ ଭୁବନେଶ୍ୱର ଦଳ ଶେରଶା ରାଞ୍ଚିକୁ ଉଭୟ ଟି ଟ୍ୱେଣ୍ଟି ଓ ଟି ଟେନ ମ୍ୟାଚ୍ ରେ ହରେଇ ସେମି ଫାଇନାଲ ରେ ପ୍ରବେଶ କରିଛି l ପ୍ରଥମେ ଟି ଟ୍ୱେଣ୍ଟି ମ୍ୟାଚ ରେ ଭୁବନେଶ୍ୱର ଦଳ ୬ ୱିକେଟ ହରାଇଥିଲା l ରାଞ୍ଚି କୁ ୧୫୫ ରନ୍ ଟାର୍ଗେଟ ଦେଇଥିବା ବେଳେ ରାଞ୍ଚି ଦଳ ୯ ଓଭର ରେ ଅଲ ଆଉଟ୍ ହୋଇ ପୁରା ଧରାଶାୟୀ ହୋଇଥିଲେ l
ଟି ଟେନ ଫର୍ମାଟ ମ୍ୟାଚ୍ ରେ ପୁଣି ଭୁବନେଶ୍ବର ଦଳ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୬୪ ରନ୍ ଟାର୍ଗେଟ ରଖିଥିଲା ରାଞ୍ଚି ଦଳ ସମ୍ବୁଖରେ l ରାଞ୍ଚି ଦଳ କିନ୍ତୁ ୯ ୱିକେଟ ରେ ମାତ୍ର ୫୧ ରନ କରିବାରେ ସକ୍ଷମ ହୋଇ ଟର୍ଣ୍ଣlମେଣ୍ଟ ରୁ ବାହାର ହୋଇଥଲା l ହ୍ୟାଟ୍ରିକ ୱିକେଟ ହାସଲ କରିଥିବା ଭୁଵନେଶ୍ବର ଦଳ ର ଖେଳାଳି ମନୋଜ୍ ବାରିକ୍ ଦ୍ବାରା ପୁରସ୍କୃତ କରା ଯାଇଥିଲା l
ଓ ସି ଏ ପ୍ୟାନେଲ ଅମ୍ପାୟର ଶ୍ୟାମ ସୁନ୍ଦର୍ ପଣ୍ଡା, ପ୍ରୁଥିରାଜ୍ ମିଶ୍ର ଖେଳ ପରିଚାଳନା କରିଥିବା ବେଳେ କ୍ଷେତ୍ର ବାସୀ ସାହୁ, ବିଶ୍ବ ନାଥ ନାଏକ, ଦିନେଶ ଘିବିଲା ସ୍କୋରର ଥିଲେ l ନାଇସେଟ ଏକାଡେମି ର ଅଧ୍ୟକ୍ଷ ରବଣ କୁମାର ପଧାନ ଓ ଲlଲମନି କ୍ରିକେଟ ର ବି ସତ୍ୟ ନାରାୟଣ ରାଓ ଙ୍କ ଦ୍ଵାରା ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା l