ପଦ୍ମପୁର– ପଦ୍ମପୁର ସହରର କୁସୁନାପାଲି ଠାରେ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ରାଜବୋଡାସମ୍ବର ବ୍ଲକ ସ୍ତରୀୟ ବାର୍ଷୀିକ ସଭା ତଥା ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଲେ ସମ୍ମାନିତ ଅତିଥି ଭାବରେ ଲାଟସଭାପତି ହୃଷିକେଶ ବରିହା, ଯୁବସଂଗଠକ ଭୋଜରାଜ ସିଂ ବରିହା, ଯୋଗଦେଇ ବିଂଝାଲ ସମାଜର ଅଗ୍ରଗତି ତଥା ଉନ୍ନତି ବିଷୟରେ ଆଲୋକପାତ ହୋଇଥିଲା ।

ଏହା ସହ ସମାଜର ପୁଅ ଝିଅ ମାନେ କିଭଲି ଭାବରେ ଶିକ୍ଷା କ୍ଷେତ୍ରରେ କିଭଲି ଅଗ୍ରଗତି ହେବେ ଏବଂ ସମ୍ପୂର୍ଣ୍ଣ ଯୁବ ସମାଜ ଶିକ୍ଷିତ ହୋଇ ପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ରାଜବୋଡାସମ୍ବର ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା ।

ରାଜବୋଡାସମ୍ବର ବ୍ଲକ ସଭାପତି ଭାବରେ କରୁଣାକର ବରିହା,ଉପସଭାପତି ଭାବରେ ଡୋଳାମଣି ବରିହା,ସମ୍ପାଦକ ଭାବରେ ଶତ୍ରୁଘ୍ନ ବରିହା,ସହସମ୍ପାଦକ ଭାବରେ ଖଗେଶ୍ୱର ବରିହା, କୋଷାଧ୍ୟକ୍ଷ ଭାବରେ ମାଧବ ବରିହା ଏବଂ ତୁଲାରାମ ଲୁହାର,ପ୍ରେମାନନ୍ଦ ବରିହା,ଶ୍ୟାମସୁନ୍ଦର ବରିହା ପ୍ରମୁଖ ଯୋନ ସଭାପତି ଭାବରେ ମନୋନିତ ହୋଇଥିଲେ । ଏହି ବୈଠକରେ ରାଜବୋଡାସମ୍ବର ବ୍ଲକ ତଥା ଆଖପାଖ ଅଂଚଳର ଶତାଧିକ ବିଂଝାଲ ସମାଜର ସଦସ୍ୟ ମାନେ ଯୋଗଦେଇଥିଲେ ।


