ସୋମବାର କଣ୍ଟାବାଞ୍ଜି ଓ ରାଞ୍ଚି ମଧ୍ୟରେ ଫାଇନାଲ ।
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ସେମିଫାଇନାଲରେ ରାୟଗଡାକୁ ୧୦୪ ରନରେ ହରାଇ ରାଞ୍ଚି ଫାଇନାଲରେ ପ୍ରବେଶ କରିଛି। ଆଜି ମ୍ୟାଚର ମୁଖ୍ୟ ଅତିଥି ଭାବରେ ଏଲଆଇସି ମନୋଜ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବରେ ମାଳତୀ କୁଅଁର ଯୋଗଦେଇ ଉଦଘାଟନ କରିଥିଲେ।
ରାଞ୍ଚି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ୯ ଓ୍ବିକେଟ ହରାଇ ୧୯୫ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ଆକାଶ କୁମାର ସିଂ ୬୯, ଯୁବରାଜ ସିଂହ ୬୨ ,ଶିତ କୁମାର ୨୭ ଓ ଭିଷ୍ମ କୁମାର ୧୧ ରନ ସଂଗ୍ରହ କରିଥିଲେ। ରାୟଗଡା ଦଳରୁ ଅଭିଜିତ ହୋତା ୪ ଓ୍ବିକେଟ,ହରସତ ବୁଙ୍ଗା ୨ ଓ୍ବିକେଟ, ଆଶିଷ କୁମାର ଓ ସଞ୍ଜୟ ବାତଲିଆ ୧ ଓ୍ବିକେଟ ଲେଖାଏଁ ନେଇଥିଲେ।୧୯୬ ରନ ବିଜୟ ଲକ୍ଷ୍ୟ ନେଇ ରାୟଗଡ଼ା ଦଳ ୧୮.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୯୧ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ରାଜେଶ ଶିକା ସର୍ବାଧିକ ୨୫ ରନ କରିଥିଲେ ।
ରାଞ୍ଚି ଦଳରୁ ଅନୁଜ ସିଂ ୪ ଓ୍ବିକେଟ, ସଙ୍କଟ ମୋଚନ ତ୍ରିପାଠୀ ୨ ଓ୍ବିକେଟ, ଶିତ କୁମାର ଓ ଭିଷ୍ମ କୁମାର ୧ ଓ୍ବିକେଟ ଲେଖାଏଁ ନେଇଥିଲେ। ରାଞ୍ଚି ୧୦୪ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି।ଓସିଏ ଅମ୍ପାୟର ଅମୀୟ ସାହୁ ଓ ବିସିସିଆଇ ଅମ୍ପାୟର ମହେସ ମୁନସୀ ଖେଳ ପରିଚାଳନା କରିଥିଲେ। ସତ୍ୟ ସାହୁ ଓ ଶୋଭିତ ସାହୁ ସ୍କୋରର ଥିବା ବେଳେ ରମେଶ ଚନ୍ଦ୍ର ସାହୁ ଓ ପତିତପାବନ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ।
ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ତଥା ବି କ୍ଳାସ ସରକାରୀ ଠିକାଦାର ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦେଇ ରାଞ୍ଚି ଦଳର ଅନୁଜ ସିଂ ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ। ପତିତପାବନ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
ଏହି ଅବସରରେ ଆୟୋଜକ କମିଟି ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ,ଉପଦେଷ୍ଟା ପ୍ରଶାନ୍ତ ସାହୁ, ହେମସାଗର ସାହୁ, ରୋହିତ ସାହୁ, ବିନନ୍ଦ ସାହୁ, ଆନନ୍ଦ ସାହୁ, ଶୁଶାନ୍ତ ସାହୁ, ସ୍ବତନ୍ତ୍ର ସାହୁ, ନିରାକାର ରଣା, ପ୍ରମୋଦ ସାହୁ, ପିଣ୍ଟୁ ସାହୁ, ଅଶ୍ଵିନୀ ସାହୁ, କବିରାଜ ସାହୁ,ରାମକିଶନ ହଂସ, ଚିନ୍ମୟ ଭୋଇ,ରବି ଭୋଇ,ଟୁନା ସୁନା, ରିଙ୍କୁ ସାହୁ, ଆକାଶ ସାହୁ, ସିପୁନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ସୋମବାର କଣ୍ଟାବାଞ୍ଜି ଓ ରାଞ୍ଚି ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି କମିଟି ସଭାପତି ଜତୀନ ସାହୁ ସୂଚନା ଦେଇଛନ୍ତି ।