ପାଇକମାଲ-ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଗ୍ରୁପ ବି ପର୍ଯ୍ୟାୟରେ ତୃତୀୟ ଲିଗ୍ ମ୍ୟାଚରେ ରାଞ୍ଚି ମେକନ ସମ୍ବଲପୁର ଫୋର୍ସକୁ ୪୨ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ମୁଖ୍ୟ ଅତିଥି ଭାବରେ ଛିନ୍ଦେଇକେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବରେ ଡ. ଲଳିତ କୁମାର ସାହୁ ଯୋଗଦେଇ ଉଦଘାଟନ କରିଥିଲେ। ରାଞ୍ଚି ମେକନ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୧୧ ରନ ସଂଗ୍ରହ କରିଥିଲେ।

ଦଳ ପକ୍ଷରୁ ଭିଷ୍ମ କୁମାର ୯୮,ଅନିବନ ଚାଟାର୍ଜୀ ୫୩ ଓ କୁମାର ଶାନ୍ତ ୩୭ ରନ ସଂଗ୍ରହ କରିଥିଲେ। ସମ୍ବଲପୁର ଫୋର୍ସ ଦଳରୁ ସମ୍ବିତ ମହାପାତ୍ର ୨ ଓ୍ବିକେଟ, ହ୍ରିତିକ ପଟେଲ,ବିମଲ କରମଲକର ଓ ଶରତ କୁମାର ମୁଣ୍ଡା ୧ ଓ୍ବିକେଟ ଲେଖାଏଁ ନେଇଥିଲେ। ୨୧୨ ରନ ବିଜୟ ଲକ୍ଷ୍ୟ ନେଇ ସମ୍ବଲପୁର ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୬୯ ରନ ସଂଗ୍ରହ କରି ପରାଜିତ ହୋଇଥିଲେ । ରାଞ୍ଚି ୪୨ ରନରେ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି। ରାଞ୍ଚି ଦଳରୁ ସଙ୍କଟ ମୋଚନ ତ୍ରିପାଠୀ ୪ ଓ୍ବିକେଟ,ଗୌରବ କୁମାର ୨ ଓ୍ବିକେଟ, ଆଶିଷ ସିଂ,ଶିତ କୁମାର ଓ ଭିଷ୍ମ କୁମାର ୧ ଓ୍ବିକେଟ ଲେଖାଏଁ ନେଇଥିଲେ।

ଓସିଏ ଅମ୍ପାୟର ସଞ୍ଜୟ ନାୟକ ଓ ଅକ୍ଷୟ ସାହାଣୀ ଖେଳ ପରିଚାଳନା କରିଥିଲେ। ସୁନିଲ ସାହୁ, କବିରାଜ ସାହୁ ଓ ଅନୁପମ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ, ରମେଶ ଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର ଓ ପ୍ରହ୍ଲାଲାଦ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଣାଶୁଣା ବ୍ୟବସାୟୀ ଦିଲ୍ଲୀପ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବରେ ଝାରବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ଧରୁଆ ଓ ପ୍ରଫୁଲ୍ଲ କୁମାର ସାହୁ ଯୋଗଦେଇ ରାଞ୍ଚି ମେକନ ଦଳର ଭିଷ୍ମ କୁମାରକୁ ମ୍ୟାନ ଅଫ୍ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ।

ପତିତପାବନ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଏହି ଅବସରରେ ଆୟୋଜକ କମିଟି ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ, ଉପଦେଷ୍ଟା ହେମସାଗର ସାହୁ, ରୋହିତ ସାହୁ, ବିନନ୍ଦ ସାହୁ, ଶୁଶାନ୍ତ ସାହୁ, ସ୍ବତନ୍ତ୍ର ସାହୁ , ପ୍ରମୋଦ ସାହୁ ,ସଭ୍ୟ ଆକାଶ ସାହୁ,ବୁନିଲ ସାହୁ,ସିପୁନ କୁମାର ସାହୁ, ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ଶେଷ ଲିଗ୍ ମ୍ୟାଚ କଟକ ଓ ରାୟଗଡ଼ା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଉପଦେଷ୍ଟା ଆନନ୍ଦ ସାହୁ ସୂଚନା ଦେଇଛନ୍ତି।

