Wednesday, December 25, 2024
spot_imgspot_imgspot_img
Homeଖେଳସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍ ଉଦଘାଟିତ : ନାଗପୁର କୁ ହରାଇ ସେମିରେ କଣ୍ଟାବାଞ୍ଜି...

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍ ଉଦଘାଟିତ : ନାଗପୁର କୁ ହରାଇ ସେମିରେ କଣ୍ଟାବାଞ୍ଜି ।

ପାଇକମାଳ-ପାଇକମାଳ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବ୍ଳକ ଚେୟାରମେନ ଭାବନା ସିଂ ଓ ସମ୍ମାନୀତ ଅତିଥି ଭାବରେ ଖରିଆର ଓଏଭିସ ଅଧ୍ୟାପକ ସୁନିଲ ସାହୁ, ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ, ସମାଜସେବୀ ଗୌତମ ସିଂ,ଜାମସେଠ ସରପଞ୍ଚ ଆର୍ତ୍ତତ୍ରାଣ ସାହୁ,ଲିପିକା ଟେଣ୍ଟ ପ୍ରୋପାଇଟର ସନ୍ତୋଷ କୁମାର ସାହୁ, ଛିନ୍ଦେଇକେଲା ସମିତି ସଭ୍ୟ ମହେନ୍ଦ୍ର ଭୋଇ ଓ ଝାରବନ୍ଧ ସରପଞ୍ଚ ପ୍ରତିନିଧି ବେଣୁଧର ଭୋଇ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ।

କଣ୍ଟାବାଞ୍ଜି ଓ ନାଗପୁର ମଧ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ନାଗପୁର ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୪୩ ରନ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ପବନ ଚାନ୍ଦେଲ ୩୭, ପ୍ରିତେଶ ୨୪ ଓ ଆଶୁତୋଷ ସିଂ ୨୩ ରନ ସଂଗ୍ରହ କରିଥିଲେ। କଣ୍ଟାବାଞ୍ଜି ଦଳରୁ ଗୌରବ ରାଉତ ୩ ଓ୍ବିକେଟ,ବିଜୟ କୁମାର ଓ ନମନ ଖାଁ ୨ ଓ୍ବିକେଟ ଲେଖାଏଁ ନେଇଥିଲେ। ୧୪୪ ରନ ବିଜୟ ଲକ୍ଷ୍ୟ ନେଇ କଣ୍ଟାବାଞ୍ଜି ଦଳ ବିଜୟ କୁମାର ୬୩ ରନ ,ସମ୍ଭୁ ହାତୀ ୩୬ ଓ ଗୌରବ ହାତୀ ୧୨ ରନ ବଳରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି।

ନାଗପୁର ଦଳରୁ ଆଶୁତୋଷ ସିଂ ୩ ଓ ରିଶଭ ଜୟସ୍ବାଲ ଓ ପ୍ରତୀକ ତଭାନେ ୧ ଓ୍ବିକେଟ ଲେଖାଏଁ ନେଇଥିଲେ। ଓସିଏ ଅମ୍ପାୟାର ଚୂଡ଼ାମଣି ପାଢ଼ୀ ଓ ବିଶ୍ଵକୁମାର ମହାକୁର ଖେଳ ପରିଚାଳନା କରିଥିଲେ। ପ୍ରମୋଦ ଦାସ, ବୁନିଲ ସାହୁ ସ୍କୋର ଥିବା ବେଳେ ପତିତପାବନ ସାହୁ ଓ ପ୍ରହଲ୍ଲାଦ ଭୋଇ ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସ୍ବତନ୍ତ୍ର ଅତିଥି ଭାବରେ ପାଇକମାଳ ସାମ୍ବାଦିକ ସଂଘରୁ ସୁରଥ କୁମାର ସାହୁ, ନିରୋଜ କୁମାର ପାଣୀ, ମାନସ ରଞ୍ଜନ ନାୟକ, କୁଞ୍ଜବିହାରୀ ସାହୁ, ଗିରୀଶ ଚନ୍ଦ୍ର ମାଝୀ,

ହେପି ପାଇକମାଳ ଗ୍ରୁପ ଏଡମିନ୍ ଯୋଗେଶ ଅଗ୍ରୱାଲ, ଶିବା ସାହୁ ଓ ଶୁଭମ ସାହୁ ପ୍ରମୁଖ ଯୋଗଦେଇ କଣ୍ଟାବାଞ୍ଜି ଦଳର ଅଲରାଉଣ୍ଡ ପ୍ରଦର୍ଶନ କରିଥିବା ଅଧିନାୟକ ବିଜୟ କୁମ୍ଭାରକୁ ମ୍ୟାନ ଅଫ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ। ପତିତପାବନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ପରିଚାଳନା କମିଟି ସଭାପତି ଜତୀନ ସାହୁ, ସମ୍ପାଦକ କାହ୍ନୁଚରଣ ସାହୁ, କୋଷାଧ୍ୟକ୍ଷ ମଣ୍ଟୁ ସାହୁ, ଉପଦେଷ୍ଟା ପ୍ରଶାନ୍ତ ସାହୁ, ଆନନ୍ଦ ସାହୁ, ସ୍ଵତନ୍ତ୍ର ସାହୁ,ଆକାଶ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ପ୍ରୟାଗରାଜ ଓ ବଲାଙ୍ଗୀର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଉପଦେଷ୍ଟା ହେମସାଗର ସାହୁ ସୂଚନା ଦେଇଛନ୍ତି।

error: Content is protected !!