Tuesday, February 4, 2025
spot_imgspot_imgspot_img
Homeଖେଳସର୍ବଭାରତୀୟ ପୋଲିସ ଜୋନାଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଓଡ଼ିଶା ଟିମରେ ସୁବର୍ଣ୍ଣପୁରର ପୁରୁଷୋତ୍ତମ ।

ସର୍ବଭାରତୀୟ ପୋଲିସ ଜୋନାଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଓଡ଼ିଶା ଟିମରେ ସୁବର୍ଣ୍ଣପୁରର ପୁରୁଷୋତ୍ତମ ।

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)-ଆସନ୍ତା ଫେବୃଆରୀ ୪ ତାରିଖରେ ଆସାମ ରାଜ୍ୟର ଗୌହାଟି ଠାରେ ହେବାକୁ ଥିବା ଭାରତୀୟ ପୋଲିସ ଜୋନାଲ କ୍ରିକେଟ ଟୁର୍ନାମେଣ୍ଟ ରେ ଓଡିଶା ରାଜ୍ୟ ପୋଲିସ ଦଳରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ବି. ପୁରୁଷୋତ୍ତମ ପାତ୍ର (ପୁରୁ ) ମନୋନୀତ ହୋଇ ୧ ତାରିଖ ରୁ ଆସାମ ଗସ୍ତରେ ଯାତ୍ରା କରିଛନ୍ତି। ସେ ଓଡିଶା ରାଜ୍ୟ ପୋଲିସ ଟିମରେ ସ୍ଥାନ ପାଇଥିବାରୁ ସୁବର୍ଣ୍ଣପୁର ପୋଲିସ କର୍ମଚାରୀ, ଜିଲ୍ଲାର କ୍ରିକେଟ ପ୍ରେମୀ ଓ ଜିଲ୍ଲା କ୍ରିକେଟ ସଂଘ କର୍ମକର୍ତ୍ତା ଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି।

ପୁରୁଷୋତ୍ତମ ଏବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଦୀର୍ଘ ଦିନରୁ ସେ ମଧ୍ୟ ଜିଲ୍ଲା କ୍ରିକେଟ ସଂଘ ସୁବର୍ଣ୍ଣପୁର ପାଇଁ ପ୍ରତିନିଧିତ୍ବ କରି ଆସୁଛନ୍ତି । ସେ ନିଶ୍ଚିତ ଭାବରେ ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ଓଡ଼ିଶା ପୋଲିସ୍ ପାଇଁ ଗୌରବ ଆଣିବେ ବୋଲି ସୁବର୍ଣ୍ଣପୁର ଜିଲ୍ଲା କନେଷ୍ଟବଲ ଓ ହାବିଲଦାର ଶାଖା ସଂଘର ସଭାପତି ଦିନେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

error: Content is protected !!