Saturday, March 7, 2026
Homeରାଜ୍ୟସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା ଶିବିର।

ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା ଶିବିର।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଷାଢ଼ ମାସରେ ମୁଖ୍ୟତଃ ସର୍ପ ଦଂଶନ ଓ ଅଚାନକ ବିଜୁଳି ଘଡଘଡି ଯୋଗୁଁ ଅନେକ ଧନ ଜୀବନ ହାନି ହେଉଥିବାରୁ ସାବଧାନତା ଓ ସତର୍କତା ହିଁ ସୁରକ୍ଷାର ବାର୍ତ୍ତା ନେଇ ସାଧନକର୍ମୀ ଶ୍ରୀ ହରେକୃଷ୍ଣ ମେହେର ଓ ଶ୍ରୀ ରଜତ କୁମାର ବରିହା, ୟୁ.ଜି ହାଇସ୍କୁଲ ଲୋହାରପାଲି,ପଞ୍ଚାୟତ ଉଚ୍ଚବିଦ୍ୟାଳୟ ମହୁଲପାଲି ଓ ବି.ଜି ଉଚ୍ଚବିଦ୍ୟାଳୟ ବରିକେଲ୍ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।

ଲୋହାରପାଲି ଠାରେ ପ୍ରଧାନଶିକ୍ଷକ ଶ୍ରୀ ପ୍ରଦୀପ ମାଝୀ, ସଭାପତିତ୍ବ କରିଥିଲାବେଳେ ମହୁଲପାଲି ଠାରେ ପ୍ରଧାନଶିକ୍ଷକ ଶ୍ରୀ ସୁରେନ୍ଦ୍ର ରଣା ଓ ବରିକେଲରେ ପ୍ରଧାନଶିକ୍ଷକ ଶ୍ରୀ ସୁବଳ ଭୁଏ ସଭାପତିତ୍ବ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏକ ସତର୍କତା ସୂଚନା ପତ୍ର ପ୍ରଦାନ କରାଯାଇଥିଲା। ସୂଚନା ପତ୍ର ଅନୁସାରେ ଛାତ୍ରଛାତ୍ରୀ ମାନେ ସଚେତନ କରାଇବା ପାଇଁ ଶପଥ ପାଠ କରିଥିଲେ।

error: Content is protected !!