Saturday, March 7, 2026
Homeରାଜ୍ୟସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା ।

ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା ।

ପଦ୍ମପୁର-ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଷାଢ଼ ମାସରେ ମୁଖ୍ୟତଃ ସର୍ପ ଦଂଶନ ଓ ଅଚାନକ ବିଜୁଳି ଘଡଘଡି ଯୋଗୁଁ ଅନେକ ଧନ ଜୀବନ ହାନି ହେଉଥିବାରୁ ସାବଧାନତା ଓ ସତର୍କତା ହିଁ ସୁରକ୍ଷାର ବାର୍ତ୍ତା ନେଇ ସାଧନକର୍ମୀ ଶ୍ରୀ ହରେକୃଷ୍ଣ ମେହେର ଓ ଶ୍ରୀ ଚନ୍ଦ୍ରମଣି ସାହୁ ଦେଉଳି ହାଇସ୍କୁଲ ସତୀଭଟା,ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ଓ ପଂଚାୟତ ଉଚ୍ଚ ବିଦ୍ୟାଳୟ ଭେଉଁରିଆ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ।

ସତୀଭଟା ଠାରେ ବ୍ଲକ ଶିକ୍ଷା ଅଧିକାରୀ ସଭାପତିତ୍ବ କରିଥିଲାବେଳେ ପୁରେନାରେ ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଓ ଭେଉଁରିଆର ପ୍ରଧାନଶିକ୍ଷକ ଶ୍ରୀ ନରେନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଏକ ସତର୍କତା ସୂଚନା ପତ୍ର ପ୍ରଦାନ କରାଯାଇଥିଲା। ସୂଚନା ପତ୍ର ଅନୁସାରେ ଛାତ୍ରଛାତ୍ରୀ ମାନେ ସଚେତନ କରାଇବା ପାଇଁ ଶପଥ ପାଠ କରିଥିଲେ।

error: Content is protected !!