Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ପାଳିତ ।

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ପାଳିତ ।

ପଦ୍ମପୁର-ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ୭୯ତମ ସ୍ୱାଧୀନତା ଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ, ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ, ଉପସଭାପତି ଶ୍ରୀଯୁକ୍ତ ମୁରଲୀଧର ସାହୁ ଉପସ୍ଥିତ ଥିଲେ। ସ୍ୱାଧୀନତା ଦିବସ ଅବସରରେ ଶ୍ରୀଯୁକ୍ତ ମୁରଲୀଧର ସାହୁ ଦୀପ ପ୍ରଜ୍ଜ୍ୱଳନ କରି ପତାକା ଉତ୍ତୋଳନ କରିଥିଲେ।ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ। ଶିଶୁ ଭାଇଭଉଣୀମାନେ କିଛି ଦେଶାତ୍ମବୋଧକ ଗୀତ ଓ ଭାଷଣ ଦେଇଥିଲେ।

ଜନ୍ମାଷ୍ଟମୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ବେଦପ୍ରକାଶ ପଧାନ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଶ୍ରୀଯୁକ୍ତ ଦାଉଦ୍ କୁଅଁର ଶ୍ରୀକୃଷ୍ଣଙ୍କ ଜନ୍ମଦିନ ବାଲ୍ୟକାଳର ଜୀବନୀ ବିଷୟରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଭାଇଭଉଣୀମାନେ କୃଷ୍ଣ, ସୁଦାମା, ଯଶୋଦା, ରାଧା ବେଶରେ ସଜାଇହୋଇଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା।

error: Content is protected !!