Thursday, November 21, 2024
spot_imgspot_imgspot_img
Homeରାଜ୍ୟସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୧୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ୧୬ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ପଦ୍ମପୁର- ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଳକ ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିର ଠାରେ ୧୬ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ସମାରୋହ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ବରିହା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଧ୍ଵଜାରୋହଣ କରି ଉଦଘାଟନ କରିଥିଲେ। ଉପସ୍ଥିତ ଶିଶୁ ଭାଇଭଉଣୀ ମାନଙ୍କୁ କ୍ରୀଡାବିତ ମନୋଭାବ ରଖି ସମସ୍ତଙ୍କୁ ଭାଗନେବା ପାଇଁ ଉତ୍ସାହିତ କରିଥିଲେ।

ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ମୁରଲିଧର ସାହୁ ଓ ସମ୍ପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ଉପସ୍ଥିତ ଥିଲେ। ଶିଶୁ ବାଟିକା ବିଭାଗର ସମସ୍ତ ଭାଇଭଉଣୀ ଓ ୧ମ ରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୧୦୫ ଜଣ ଖେଳାଳି ଭାଗ ନେଇଥିଲେ। ଉଦଯାପନି ସମୟରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁନିଲ କୁମାର ଅଗ୍ରୱାଲ ଯୋଗ ଦେଇଥିଲେ। ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ଶିଶୁଙ୍କର ବିକାଶ ଓ ଖେଳ, ବ୍ୟାୟାମର ଉପରେ ବକ୍ତବ୍ୟ ରଖିଥିଲେ।

ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କ୍ରୀଡା ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସମ୍ପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶାରୀରିକ ପ୍ରମୁଖ ଶ୍ରୀଯୁକ୍ତ ରୂପକ କୁମାର ବରିହା ବିଭିନ୍ନ ପ୍ରତିଯୋଗିତାର ସୂଚନା ଦେଇଥିଲେ। ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

error: Content is protected !!