Sunday, March 8, 2026
Homeରାଜ୍ୟସର୍ଗିବାହାଲ ଅଞ୍ଚଳରେ ବଢି ଚାଲିଛି ନିଶା ବେପାରୀଙ୍କ ଦୌରାତ୍ମ୍ଯ, ଅତିଷ୍ଠ ଜନସାଧାରଣ।

ସର୍ଗିବାହାଲ ଅଞ୍ଚଳରେ ବଢି ଚାଲିଛି ନିଶା ବେପାରୀଙ୍କ ଦୌରାତ୍ମ୍ଯ, ଅତିଷ୍ଠ ଜନସାଧାରଣ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡରେ ନିଶାବେପାରୀ ଙ୍କ ଆତଙ୍କ ଯୋଗୁଁ ଗାଁ ଠାରୁ ସହର ସମସ୍ତେ ଅତିଷ୍ଠ ହେଲେଣି । ବରଗଡ଼ ସହରରେ ନିଶା ସଂପୂର୍ଣ୍ଣ ବନ୍ଦ୍ କରିବା ପାଇଁ ସହରର ବିଭିନ୍ନ ସ୍ଥାନରୁ ଦାବି ଉଠି ଥାନା ଘେରାଉ ପର୍ଯ୍ୟନ୍ତ କଥା ଗଲାଣି। ଗତକାଲି ବରଗଡ଼ ସହରର ଗୋବିନ୍ଦପାଲି ପଡାବାସୀ ଜିଲ୍ଲା ପୋଲିସ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଥିବା ବେଳେ ଆଜି ବରଗଡ଼ ଜିଲ୍ଲା ର ପଦ୍ମପୁର ଥାନାରେ ଅଂଚଳର ପଣ୍ଡରୀପାଣି,ନୂଆଡିହି ଓ ଦୁବଲାବାହାଲ ଗାଁର ଶତାଧିକ ମହିଳା ଓ ପୁରୁଷ ପହଞ୍ଚି ନିଶା ବିକ୍ରେତା ବିରୁଦ୍ଧରେ ଅଭିଯୋଗ ଉଠାଇଛନ୍ତି। ଥାନାକୁ ଯିବା ପୂର୍ବରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟି ସରକାରଙ୍କୁ ପତ୍ର ମାଧ୍ୟମରେ ନିଶା ବନ୍ଦ କରିବା ପାଇଁ ଜଣାଇଛନ୍ତି।

ବରଗଡ଼ ଜିଲ୍ଲା ବ୍ୟାପି ବଢ଼ିବାରେ ଲାଗିଛି ନିଶା ବ୍ୟବସାୟ ଜନସାଧାରଣ ଅତିଷ୍ଠ ହେଲେଣି। ପ୍ରତି ଗାଁ ଓ ସହରର ଗଳିକନ୍ଦି ରେ ବ୍ଯାପକମାତ୍ରାରେ ବିକ୍ରି ହେଉଛି ନିଶା। ମଦ, ଗଞ୍ଜେଇ, ଟେବଲେଟ,କୋରେର୍କ୍ସ ସହ ଡ୍ରଗ୍ସ ମଧ୍ୟ ବିକ୍ରି ହେଉଛି ଆଗକୁ ଜନସାଧାରଣ ବଡ ଧରଣର ଆନ୍ଦୋଳନ କରିବାରୁ ସମ୍ଭାବନା ଦେଖାଦେଇଛି।କେବଳ ଯେ ନିଶା ବିକ୍ରି ହେଉଛି ତାହା ନୁହେଁ ନିଶା ବ୍ଯାବସାୟୀ ଗାଁ ରେ ଆତଙ୍କ ଖେଲାଉଥିବା ବେଳେ ନିଶାଖାଇ ଘର ପରିବାର ରେ ଗଣ୍ଡଗୋଳ ଘଟୁଛି ବୋଲି ପଦ୍ମପୁର ଥାନା କୁ ନିଶା କାରବାର ବନ୍ଦ୍ ଅଭିଯୋଗ ନେଇ ଆସିଥିବା ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି।

error: Content is protected !!