Tuesday, April 15, 2025
spot_imgspot_imgspot_img
Homeଖେଳସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ।

ପାଇକମାଲ(ବିଦ୍ୟାଧର ସାହୁ)-ସରେଇକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ସ୍ଥାନୀୟ ପଞ୍ଚାୟତ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀଯୁକ୍ତ ବିକାଶ ସାହୁ ମୁଖ୍ୟ ଅତିଥି,ଶ୍ରୀଯୁକ୍ତ କୁଳମଣି ବାରିକ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ଦୁଇଟି ବର୍ଗରେ ଉଭୟ ବାଳକ ଓ ବାଳିକାଙ୍କ ଦୌଡ଼,ଉଚ୍ଚଡିଆଁ, ଲମ୍ବଡ଼ିଆଁ,ସର୍ଟଫୁଟ ଥ୍ରୋ,ଡ଼ିସକସ ଥ୍ରୋ, ସାଇକେଲ ସ୍ଲୋ, ସ୍କିପିଙ୍ଗ,ଅଙ୍କ ଦୌଡ଼, ମ୍ୟୁଜିକ ଚେୟାର ଆଦି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଆଗାମୀ ବାର୍ଷିକ ଉତ୍ସବରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ।

ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ନିରାକାର ପ୍ରଧାନ,ଶ୍ରୀଯୁକ୍ତ ବିନୋଦ ଚୋଖି, ଶିକ୍ଷାବିଦ ରାମପ୍ରସାଦ ମାଝୀ କ୍ରୀଡା ପରିଚାଳନା କରିଥିଲେ । ଅଭିଭାବକ ତଥା ଗ୍ରାମବାସୀ ତରଫରୁ ପ୍ରତାପ ସାହୁ, ନରୋତ୍ତମ ପ୍ରଧାନ, ସୁପତ ବେହେରା, ସୁନୀଲ ପ୍ରଧାନ,ସନ୍ୟାସୀ ମାଝୀ ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!