Saturday, March 7, 2026
HomeUncategorizedସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ।

ପଦ୍ମପୁର – ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ଶିଶୁ ମନ୍ଦିର ବିଭାଗରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉପସ୍ଥିତ ଭାଇ ଭଉଣୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ ।ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ରକ୍ଷାବନ୍ଦନ ଉପରେ ଗୀତାଞ୍ଜଳୀ ଭୋଇ ଗଙ୍ଗାଧର ଙ୍କ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ । ପ୍ରଦୀପ ରାଜହଂସ ସଂଯୋଜନା କରିଥିଲେ ।

ଭାଇ ଭଉଣୀ ମାନେ ନିଜ ନିଜଭିତରେ ପରସ୍ପର କୁ ରାକ୍ଷୀ ବାନ୍ଧି ଥିଲେ ।ଅର୍ପିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ସେହିପରି ବିଦ୍ୟା ମନ୍ଦିର ପରିସରରେ ମୂଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ରାଜେନ୍ଦ୍ର ମହାନ୍ତି ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୁର୍ବକ ରକ୍ଷାବନ୍ଦନ ର ମହତ୍ତ୍ୱ ଓ ଗଙ୍ଗାଧର ଙ୍କ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ ।ଭାଇ ଭଉଣୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସମ୍ମାନୀତ ଅତିଥି ଭାବରେ ସମାଜସେବୀ ନୀରୋଜ ଦୋରା ଯୋଗଦେଇ ଥିଲେ ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପରେପରେ ଗୁରୁଜୀ ଗୁରୁମା ମାନେ ମିନି ବସ୍ ଷ୍ଟାଣ୍ଡ, ହସପିଟାଲ,କଚେରୀ ରାସ୍ତା, ଥାନା ପରିସର ସମେତ ବିଭିନ୍ନ ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧି ଥିଲେ ।ସମସ୍ତ ଗୁରୁଜୀ, ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

error: Content is protected !!