Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ ।

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ ।

ପଦ୍ମପୁର – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ପ୍ରଥମ ଦିନୋତ୍ସବ ଓ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।ଏଥିରେ ତ୍ରୀବିକ୍ରମ ପଧାନ,ଅନୁପମା ପଧାନ ସପତ୍ନିକ,ବିଶ୍ୱାମିତ୍ର ସାହୁ, ପଙ୍କଜିନୀ ସାହୁ ସପତ୍ନିକ,ଉସତ୍ ବିଶ୍ୱାଲ,ଦୀପିକା ତ୍ରିପାଠୀ ସପତ୍ନିକ,ଚୈତନ୍ୟ ସାହୁ, ରଶ୍ମିତା ସାହୁ ସପତ୍ନିକ ଯଜ୍ଞକର୍ତ୍ତା ଦାୟିତ୍ୱ ତୁଲାଇ ଥିବା ବେଳେ ଗୁରୁକୁଲ ନବପ୍ରଭାତ ଆଶ୍ରମ ର ଆଚାର୍ଯ୍ୟ ପୌରୋହିତ୍ୟ ଦାୟିତ୍ୱ ତୁଲାଇ ଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଯୁବରାଜ ପଧାନ ହିନ୍ଦୁ ରୀତିନୀତି ର ସଂସ୍କାର ଉପରେ ଆଲୋଚନା କରିଥିଲେ। ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ ।ସଂଜୀବ ସାହୁ ଗୁରଜୀ ସଂଯୋଜନା କରିଥିବା ବେଳେ ସୁଷମା ମେହେର ଗୁରୁମା ଉତ୍କଳ ଦିବସ ବିଷୟରେ କହିଥିଲେ ।ଠିକ ସେହିପରି ବିଦ୍ୟା ମନ୍ଦିର ପରିସରରେ ଗୋବିନ୍ଦ ସାହୁ ସପତ୍ନିକ ଓ ଅଶ୍ୱିନୀ ଦାଶ ସପତ୍ନିକ ଯଜ୍ଞକର୍ତ୍ତା ଦାୟିତ୍ୱ ତୁଲାଇ ଥିଲେ ।କଲ୍ୟାଣୀ ମିଶ୍ର ଗୁରୁମା ସଂଯୋଜନା କରିଥିଲେ।ସହ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦେବରାଜ ଡନସନା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ ।ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

error: Content is protected !!