Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଭିଭାବକ ବୈଠକ ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଭିଭାବକ ବୈଠକ ।

ପଦ୍ମପୁର – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ର ଦ୍ୱିତୀୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଭିଭାବକ ମାନଙ୍କ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ କରି ଶିଶୁ ମାନଙ୍କ ସଂସ୍କାର,ଆଧ୍ୟାତ୍ମିକ ବିକାଶ ତଥା ଶୈକ୍ଷିକ ବିକାଶ ଦିଗରେ ଆଲୋକପାତ କରିଥିଲେ ।ଶିଶୁ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡନସନା ଅତିଥି ପରିଚୟ ପ୍ରଦାନ କରିଥିଲେ ।

ଶିଶୁ ମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ମୁଦିରଥ ପଣ୍ଡା ସୂଚନା ପ୍ରଦାନ କରିଥିଲେ ।ମୀନତୀ ଗୁରୁମା କାର୍ଯ୍ୟ କ୍ରମର ସଂଯୋଜନା କରିଥିଲେ । ଉପସ୍ଥିତ ଅଭିଭାବକ ଅଭିଭାବିକା ଶୈକ୍ଷିକ ବିକାଶ ଦିଗରୁ ବିଭିନ୍ନ ମତ ଉପସ୍ଥାପନ କରିଥିଲେ । ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ୨୩୫ ଜଣ ଅଭିଭାବକ ଅଭିଭାବିକା ଯୋଗଦେଇ ଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

error: Content is protected !!