ପଦ୍ମପୁର- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସମର୍ଦ୍ଧନା ସଭାରେ ଯୋଗଦେଇ ଓଡ଼ିଆ ଅସ୍ମିତା କଥାକୁ ତାଙ୍କ ମତରେ ଦୋହରାଇଥିବା ବେଳେ ଆଗାମୀ ଦିନରେ ଓଡିଆ ଭାଷାର ଉନ୍ନତି ପାଇଁ ମେଡ଼ିକାଲ ସାଇନ୍ସ ପୁସ୍ତକ ଗୁଡିକ ଓଡିଆ ଭାଷାରେ ପ୍ରକାଶିତ ହେବା ପାଇଁ ପ୍ରୟାସ କରାଯିବ ତାହା ତାଙ୍କ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୱତ୍ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା,ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ,ପୂର୍ବ ଛାତ୍ର ସଂସଦ ସଭାପତି ପ୍ରିତେଶ ବହିଦାର, ସଂକୁଳ ପ୍ରମୁଖ ଶ୍ରୀ ଦ୍ୱାଦଶ କୁମାର ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଉପ ସଭାପତି ଶ୍ରୀ ଗୋପାଳ କୃଷ୍ଣ ମିଶ୍ର, କୋଷାଧ୍ୟକ୍ଷ ଶ୍ରୀ ଘନଶ୍ୟାମ ପୁଞ୍ଜି ସମେତ ଅନ୍ୟ ପରିଚାଳନା ସଭ୍ୟ ବୃନ୍ଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମସ୍ତ ସ୍ୱୟଂସେବକ ଗଣ ଓ ପୂର୍ବତନ ଛାତ୍ର ସଂସଦର ସମସ୍ତ ସଭ୍ୟ ବୃନ୍ଦ ମନ୍ତ୍ରୀ ମହୋଦୟ ଙ୍କୁ ସମର୍ଦ୍ଧନା ଦେଇଥିଲେ ।ଶେଷରେ ସମ୍ପାଦକ ଶ୍ରୀ ଜନକଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।