Tuesday, April 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳିତ ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ପାଳିତ ।

ପଦ୍ମପୁର- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ବନ ମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ବୃକ୍ଷ ରୋପଣ ର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ ।ସମ୍ମାନୀତ ଅତିଥି ଭାବରେ ବନପାଳ ଶ୍ରୀ ସରୋଜ ସାହୁ ଓ ଶ୍ରୀ ଦିବାକର ପ୍ରଧାନ, ସମାଜସେବୀ ନିରୋଜ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଦେଶ ପାଇଁ ଗଛଟିଏ ର ନାରା ନେଇ ବନବିଭାଗ ର ଅନ୍ୟାନ୍ୟ କର୍ମଚାରୀ ବୂନ୍ଦ ,ପୂର୍ବତନ ଛାତ୍ର ସଂସଦ ରୁ ପ୍ରିତେଶ ବହିଦାର,ଶୁଭମ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ମେହେର,ନରେଶ ସୁନ୍ଦର ସାହୁ, ପ୍ରତ୍ୟୁଷ ଦାଶ,

ସତ୍ୟସାଇ ସେବା ସଂଗଠନ ପଦ୍ମପୁର ରୁ କମଳାକାନ୍ତ ପାଣିଗ୍ରାହୀ, ପବିତ୍ର ମୋହନ ରଥ,ଘାସିରାମ ସାହୁ,ବିଜୟ ଲକ୍ଷ୍ମୀ ଦୋରା,ଭଗବାନ ସାହୁ, ସବିତା ପ୍ରଧାନ, ବିଦ୍ୟା ମନ୍ଦିର ପ୍ରମୁଖ ଦେବରାଜ ଡନସନା,କଲ୍ୟାଣୀ ମିଶ୍ର, ମମତା ଗଡତିଆ ସମେତ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ବୃନ୍ଦ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ ।

error: Content is protected !!