Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ନବମୀଉତ୍ସବ ପାଳିତ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ନବମୀଉତ୍ସବ ପାଳିତ।

ପଦ୍ମପୁର – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଗୋପାଳଜୀ ମନ୍ଦିର ରୁ ଏକ ସୁସଜ୍ଜିତ ରଥରେ ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଙ୍କ ମୂର୍ତ୍ତି କୁ ପୂଜାପାଠ କରାଯାଇ ଶିଶୁ ମନ୍ଦିର କୁ ଅଣାଯାଇଥିଲା । ଶିଶୁ ମନ୍ଦିର ରୁ ଶ୍ରୀରାମ, ଲକ୍ଷ୍ମଣ ,ସୀତା ବେଶଧାରୀ ୧୦ ଟି ଦଳ ଅଟୋରିକ୍ସାରେ ଓ ୪୫ ଜଣ ହନୁମାନ ବେଶଧାରୀ ଶିଶୁ ମାନଙ୍କୁ ନେଇ ଘଣ୍ଟ ବାଦ୍ୟ ଡିଜେ ଗୀତର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ମେହେର ପଡା,ଅହିଂସା କ୍ଳବ ଛକ ଦେଇ ହନୁମାନ ପଡା,ନେହେରୁ ଗଲିଛକ, ଭେଉଁରିଆଛକ, ସୂର୍ଯ୍ୟ ନଗର ଦେଇ ଶିଶୁ ମନ୍ଦିର କୁ ଫେରି ଆସି ଥିଲା । ଶୋଭାଯାତ୍ରାରେ ୨୦୦ ଜଣ ଶିଶୁ ଭାଗ ନେଇଥିଲେ । ଏହି ରାମରଥ ଓ ବେଶଧାରୀ ଶିଶୁ ମାନଙ୍କୁ ବିଭିନ୍ନ ସ୍ଥାନରେ କଳସ ସ୍ଥାପନ ସ୍ୱାଗତ କରାଯାଇ ମିଠା ଥଣ୍ଡା ପାନୀୟ ର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।

error: Content is protected !!