ବରପାଲି-ବରପାଲି ସରସ୍ଵତୀ ସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଦିବ୍ଯାଙ୍ଗ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସରସ୍ଵତୀ ଭିନ୍ନକ୍ଷମ ତାଲିମ କେନ୍ଦ୍ର ଓ ସରସ୍ଵତୀ ଭୌତିକ ଚିକିତ୍ସା କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ବରଗଡ ଜିଲ୍ଲା ଅର୍ନ୍ତଗତ ୨୦୦ ଜଣ ମାନସିକ ଅନଗ୍ରସର ଅନ୍ଧ ମୁକ ବଧିର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦଘାଟନୀ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ସ୍ପେଶାଲ ଅଲମ୍ପିକ ଭାରତ, ଓଡିଶା ଆନ୍ତର୍ଜାତିକ ସ୍ପେଶାଲ କୋଚ ଉମାକାନ୍ତ ଷଡଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଳକ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାରା ଓ ବି.ଆର. ଟି ମୁକୁନ୍ଦ ମେହେର ,ମୁଖ୍ୟବକ୍ତା ଭାବେ ବରଗଡ ବାପୁଜୀ ସ୍ପେଶାଲ ସ୍କୁଲ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୁବ ଖେଳାଳୀ ଅନ୍ତର୍ଜାତୀୟ କ୍ରୀଡାବିତ ସଚିନ ବାରିକ ଯୋଗ ଦେଇଥିଲେ ।

ସ୍ପେଶାଲ ଅଲମ୍ପିକ୍ସ ଭାରତ ଓଡ଼ିଶା ରାଜ୍ୟ ସଭାପତି ତଥା ସରସ୍ଵତୀ ସଂଘ ସଂପାଦିକା ସୁନିତା ମୁଣ୍ଡ , ସଂଘ ଉପ ସଭାପତି ଘରଯୁଗୀ ଗଡତିଆଙ୍କ ଉପସ୍ଥିତିରେ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ଜଳନ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସଭ୍ୟା ନିବେଦିତା ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁମନା ଦାଶ ସ୍ୱାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ଜିଲ୍ଲାର ଭିନ୍ନକ୍ଷମ କ୍ରୀଡାବିତ୍ ମାନଙ୍କ କୃତିତ୍ବ ଉପରେ ଗୁରୁତ୍ବ ଦେଇ ସରକାର ଦିବ୍ୟାଙ୍ଗ କ୍ରିଡାବିତ୍ତ ମାନଙ୍କ ଉପରେ ଦୃଷ୍ଟି ଦେଲେ ସେମାନେ ସମାଜର ମୁଖ୍ୟସ୍ରୋତରେ ନିଶ୍ଚିତ ସାମିଲ୍ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସେହିପରି ସରକାରୀ ସହାୟତା ବିନା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ସଫଳତାକୁ ନେଇ ସଂଘ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


ମୁଖ୍ୟଅତିଥି ତାଙ୍କ ଅଭିଭାଷଣରେ ସରସ୍ଵତୀ ସଂଘ ମହିଳା ସଭ୍ୟଙ୍କ ସକ୍ରିୟ ଭୂମିକା ଓ ପ୍ରେରଣା ଯୋଗୁଁ ବରଗଡ ଜିଲ୍ଲାରୁ ଅନେକ ଦିବ୍ୟାଙ୍ଗ କ୍ରୀଡାବିତ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସୁନାମ ଆଣି ପାରିଛନ୍ତି ବୋଲି ମତବ୍ୟକ୍ତ କରିବା ସହ ସେମାନଙ୍କ ଥଇଥାନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଶାରୀରିକ ଭିନ୍ନକ୍ଷମ,ଶ୍ରବଣ ବାଧିତ, ବୌଦ୍ଧିକ ଭିନ୍ନକ୍ଷମଙ୍କ ନିମନ୍ତେ ନୃତ୍ୟ ଚିତ୍ରାଙ୍କନ, ବୋଚି ଓ ଭଲିବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଇଡି ବିଭାଗ ନୃତ୍ୟରେ ସୌମ୍ୟା ବାଗ ଦୀପିକା କୁମ୍ଭାର ଓ ସଞ୍ଚିତା ସିଂହ ଯଥାକ୍ରମେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।

ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଏଚ୍.ଆଇ ବରିଷ୍ଠ ବିଭାଗରେ ଗାୟତ୍ରୀ ବିଶି, ବନିତା ସାହୁ, ରାଜୁପଧାନ ଓ କନିଷ୍ଠ ବିଭାଗରେ ପ୍ରେମସାଗର ଡନସେନା, ଶିବାନୀ ବାରିକ,ଶିଖା ସାହୁ ଯଥାକ୍ରମେ ପ୍ରଥମ , ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଆଇ.ଡି ବିଭାଗରେ ଶଶୀକଳା ବହିରା, ସୌମ୍ୟା ବାଗ ଓ ପ୍ରତୀକ୍ଷା ମହାପାତ୍ର ଏବଂ ଓ.ଏଚ୍ ବିଭାଗରେ ରିତିକ ନାଗ ବର୍ଷା ଗଡତିଆ ଓ ଅର୍ଜୁନ ମଟାରୀ ଯଥାକ୍ରମେ ପ୍ରଥମ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ବୋଚି ଖେଳର ବରିଷ୍ଠ ବିଭାଗରେ ସରସ୍ଵତୀ ଭିନ୍ନକ୍ଷମ ଧନ୍ଦାମୂଳକ ତାଲିମ କେନ୍ଦ୍ର , ବରପାଲି ବିଜୟୀ ଦଳ ଓ ବାପୁଜୀ ସ୍ପେସିଆଲ ସ୍କୁଲ, ବରଗଡ ରନର୍ସ ଅପ ଦଳ ଭାବେ ଘୋଷିତ ହୋଇଥିବା ବେଳେ କନିଷ୍ଠ ବିଭାଗରେ ରୋମାନ ନାଗ, ରାଜ ହରିପାଲ, ବିନୟ ପଧାନ, ସୁବ୍ରତ ସାହା ବିଜୟୀ ଦଳ ଓ କେଶବ ପ୍ରଧାନ , ଓଁକାର ଭାଇନା, ପ୍ରିୟାଂଶୁଭୋଇ, ପ୍ରୀତମ ପ୍ରଧାନ ରନର୍ସ ଅପ ଦଳ ଭାବେ ଘୋଷିତ ହୋଇଥିଲେ ।

ଭଲିବଲ ଖେଳ ପ୍ରତିଯୋଗିତାରେ ବରପାଲି ଦଳ ବିଜୟୀ ହୋଇଥିବା ବେଳେ ବରଗଡ ଦଳ ରନର୍ସ ଅପ ଦଳ ଭାବେ ପୁରସ୍କୃତ ହୋଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମକୁ କୋଚ୍ ଉମାକାନ୍ତ ଷଡଙ୍ଗୀଙ୍କ ନେତୃତ୍ବରେ ସୌଭାଗ୍ୟରଞ୍ଜନ ବିଶ୍ୱାଳ, ସରୋଜ ପଧାନ, ବିଶ୍ୱରଞ୍ଜନ ଥଇତ୍ ଗୋପାଳ ନାଗ, ସରୋଜ ଥନାପତି, ଦେବେନ୍ଦ୍ର ମହାପାତ୍ର, ପୁରେନ୍ଦର ସିଂହ, ନୂରୀ ପଧାନ , ଆଦି ବିଚାରକର ଦାୟିତ୍ୱ ତୁଲାଇଥିଲେ ।ଏହି କାର୍ଯ୍ୟକ୍ରମରେ ଦୁଃଖୀ ସେବକ ଅନୁବାଦକର କାର୍ଯ୍ୟ ତୁଲେଇବା ସହ ନୃତ୍ୟ ପ୍ରତିଯୋଗିତାକୁ ସଂଚାଳନ କରିଥିଲେ। ଏହା ସହ ଡ଼. ସସୀମ ପ୍ରଧାନ ,ପ୍ରଶାନ୍ତ ସାମଲ ,ପ୍ରତାପ ବିଶ୍ୱାଳ,ବିବେଶିଖା ବେହେରା, ନୂତନ ପ୍ରଧାନଙ୍କ ସହ ସରସ୍ଵତୀ ସଂଘର ସଦସ୍ୟା, କର୍ମକର୍ତ୍ତା ଓ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ବରପାଲିର କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।


