Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲ ଠାରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ।

ସରସ୍ଵତୀ ଶିଶୁ ମନ୍ଦିର ସର୍ଗିବାହାଲ ଠାରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ।

ପଦ୍ମପୁର-ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସୁନୀଲ କୁମାର ଅଗ୍ରୱାଲ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରି ରକ୍ଷାବନ୍ଧନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ। ପରିଚାଳନା ସମିତିର ସଂପାଦକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ, ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ବାରିକ ଓ ଉପସଭାପତି ଶ୍ରୀଯୁକ୍ତ ମୁରଲୀଧର ସାହୁ ଉପସ୍ଥିତ ଥିଲେ।

ଶ୍ରୀଯୁକ୍ତ ହରେରାମ ସାହୁ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିଶୁ ଭାଇଭଉଣୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମକୁ ବିଷ୍ଣୁପ୍ରିୟା ମହାପାତ୍ର ସଂଯୋଜନା କରିଥିଲେ। ଶ୍ରୀଯୁକ୍ତ ପ୍ରହଲ୍ଲାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଶିଶୁ ଭାଇଭଉଣୀମାନେ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ। ସମସ୍ତ ଗୁରୁଜୀ ଗୁରୁମାଙ୍କ ଦ୍ଵାରା କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।

error: Content is protected !!