
ଗାଇସିଲେଟ-ଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ରଜତ ଜୟନ୍ତୀ ପାଳିତ ହୋଇଯାଇଛି ଆଜି ଦ୍ବିତୀୟ ଦିବସ ରେ ଦ୍ବିତୀୟ ଅଧିବେଶନ ରେ ଶିକ୍ଷକ ଦଶମଣି ସାହୁ ଙ୍କ ସଭାପତିତ୍ଵ ରେ ପୂର୍ବ ଛାତ୍ର ଛାତ୍ରୀ ମାନଙ୍କ ସମ୍ମିଳନୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ପାଇକମାଲ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦ୍ଵାଦଶ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଘେଁସ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ନରସିଂହ ସାହୁ , ରଜତ ଜୟନ୍ତୀ କମିଟି ର ଲେକୃ ଡୁଡୁକା,ଦେବାଶିଷ ପୁରୋହିତ ,ପ୍ରଶାନ୍ତ ହୋତା ମଞ୍ଚାସୀନ ଥିଲେ l ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଧାନ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ୨୦୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ l ପରିଶେଷ ରେ ଶିକ୍ଷକ ସତ୍ୟପ୍ରକାଶ ସାହୁ ଧନ୍ଯବାଦ ଅର୍ପଣ କରିଥିବା ବେଳେ ତୃତୀୟ ଅଧିବେଶନ ପରିଚାଳନା ସମିତି ର ସଭାପତି ଅରୁଣ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା l

ମୁଖ୍ୟ ଅତିଥି ଭାବେ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ,ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ , ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ଶ୍ରୀବତ୍ସ ଶାସ୍ତ୍ରୀ , ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ , ରଜତ ଜୟନ୍ତୀ ର ସମ୍ପାଦକ ମନୋଜ କୁମାର ପଣ୍ଡା , ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ମହଲା ମଞ୍ଚାସୀନ ହୋଇଥିଲେ l ଏହି ଅବସର ରେ ସ୍ମରଣିକା “ ଅମୃତ ଧାରା “ ଉନ୍ମୋଚନ ହୋଇଥିଲା l ଉତ୍କଳ ପାଠୀ ଏକ ଲକ୍ଷ୍ୟ ଟଙ୍କା ଅନୁଷ୍ଠାନ କୁ ଦାନ କରିଥିଲେ । ପରିଶେଷରେ ପରିଚାଳନା ସମିତି ର ସହ ସମ୍ପାଦକ ସୌରଭ ତ୍ରିବେଦୀ ଧନ୍ଯବାଦ ଅର୍ପଣ କରିଥିଲେ ।ପରେ ବିଦ୍ୟାଳୟର ଶିଶୁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ନୃତ୍ୟ ତଥା ହେମନ୍ତ କୁମାର ପଣ୍ଡା ଏବଂ କୁମୁଦ ଚନ୍ଦ୍ର ନାୟକ ଙ୍କ ନିର୍ଦ୍ଧେଶନାରେ ‘ଘେଁସ ଜମିଦାର ମାଧୋ ସିଂ’ ନାଟକ ପରିବେଷଣ କରିଥିଲେ ।



